ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ନିଯୁକ୍ତି ପରୀକ୍ଷା ପାଇଁ ପୁଣି ତାରିଖ ଧାର୍ଯ୍ୟ
ସ୍ଥଗିତ ହୋଇଥିବା ପରୀକ୍ଷା ପାଇଁ ପୁଣି ତାରିଖ ଧାର୍ଯ୍ୟ କଲା ଏସଏସବି
ଭୁବନେଶ୍ୱର, ୨୦/୧୧: ବାତ୍ୟା ‘ଅକୱାନ’ ପ୍ରଭାବକୁ ଦୃଷ୍ଟିରେ ରଖି ନଭେମ୍ବର ୨୧ ଓ ୨୩ ତାରିଖରେ ଏସଏସବି ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା। ଉକ୍ତ ପରୀକ୍ଷାକୁ ସିବିଟି ମୋଡରେ ଅନୁଷ୍ଠିତ କରିବା ପାଇଁ ଆଜି ଏସଏସବି ପକ୍ଷରୁ ନୂତନ ତାରିଖ ପ୍ରକାଶିତ ହୋଇଛି।
ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ନଭେମ୍ବର ୨୧ ଓ ୨୩ ତାରିଖ ପରିବର୍ତ୍ତେ ଡିସେମ୍ବର ୩ ଓ ୪ ତାରିଖ ଦିନ ପରୀକ୍ଷା ଅନୁଷ୍ଠିତ ହେବ।
ଏଥିସହ ପୂର୍ବରୁ ଏସଏସବି ପକ୍ଷରୁ ନିର୍ଦ୍ଧାରିତ ଥିବା ନଭେମ୍ବର ୨୫, ନଭେମ୍ବର ୨୭, ଡିସେମ୍ବର ୧ ଓ ଡିସେମ୍ବର ୨ ତାରିଖ ଦିନ ମଧ୍ୟ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ।
ସମସ୍ତ ପରୀକ୍ଷାର୍ଥୀମାନେ ନଭେମ୍ବର ୨୧ ତାରିଖ ରାତି ୮ ଘଟିକା ଠାରୁ ଏସଏସବି ୱେବ୍ସାଇଟକୁ ଯାଇ ପରୀକ୍ଷା ପାଇଁ ନିଜର ଆଡ଼ମିଟ୍ କାର୍ଡ ଡାଉନଲୋଡ଼ କରିପାରିବେ, ଏନେଇ ଏସଏସବି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।