କ୍ୱାର୍ଟର୍ସରେ ଝୁଲୁଛି ମହିଳା ଏସଆଇଙ୍କ ମୃତଦେହ

ଘଟଣାସ୍ଥଳରେ ଏସପି, ଛାନଭିନ ଆରମ୍ଭ

ଗଞ୍ଜାମ, ୨୧/୧୧: ଗଞ୍ଜାମ ଜିଲ୍ଲାରେ ଜଣେ ମହିଳା ପୋଲିସ ସବ୍‌ଇନ୍ସପେକ୍ଟରଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୁରୁଷୋତ୍ତମପୁର ଥାନା ପରିସରସ୍ଥିତ ସରକାରୀ କ୍ୱାର୍ଟର୍ସରୁ ଏସଆଇ ପ୍ରଭାସିନୀ ସାହୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି, ସେନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ।

ଘଟଣା ସମ୍ପର୍କରେ ଖବର ପାଇ ଗଞ୍ଜାମ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପ୍ରଭାସିନୀଙ୍କ ମୃତ୍ୟୁ ପଛରେ କୌଣସି କାରଣ ରହିଛି କି, ତାହା ଜାଣିବା ପାଇଁ ବିଭିନ୍ନ ଦିଗକୁ ନେଇ ଖୋଳତାଡ଼ କରାଯାଉଛି।