ଭୁବନେଶ୍ୱର, ୨୩/୧୧: ବିଦେଶ ଗସ୍ତକୁ ନେଇ ରାଜ୍ୟ ସରକାର ତଦନ୍ତ ନିର୍ଦ୍ଦେଶ ଦେବା ପରେ ମୁହଁ ଖୋଲିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ତାଙ୍କ ବିଦେଶ ଗସ୍ତ ଏବଂ ତାଙ୍କ ସହ ଯାଇଥିବା ଅଧିକାରୀଙ୍କ ଗସ୍ତକୁ ନେଇ ମିଥ୍ୟା ଅଭିଯୋଗ ଅଣାଯାଇଥିବା ସେ କହିଛନ୍ତି। ଏହାର ଉଚିତ ଜବାବ ଦିଆଯିବ ବୋଲି ନବୀନ କହିଛନ୍ତି।
ନବୀନ କହିଛନ୍ତି ଯେ, ତାଙ୍କର ବିଦେଶ ଗସ୍ତ ବହୁତ ସୀମିତ ରହିଛି। କେବଳ ଓଡ଼ିଶାର ସ୍ୱାର୍ଥ ଏବଂ ରାଜ୍ୟ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଇଁ ସେ ବିଦେଶ ଯାଇଥିଲେ। ତାଙ୍କ ବିଦେଶ ଗସ୍ତ ସହ ତାଙ୍କ ଅଧିକାରୀମାନଙ୍କ ଗସ୍ତକୁ ନେଇ ମିଥ୍ୟା ଅଭିଯୋଗ କରାଯାଇଛି। ଏହାର ଉଚିତ ଜବାବ ଦିଆଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନ ଏବଂ ଆଇପିଏସ୍ ଅଧିକାରୀ ରବିକାନ୍ତଙ୍କ ବିଦେଶ ଗସ୍ତକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ସେହିପରି ରାଜସ୍ଥାନ ନିର୍ବାଚନକୁ ନେଇ ନବୀନ କହିଛନ୍ତି, ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ବିରୋଧୀ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଏଥିପାଇଁ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ବିଳମ୍ବ କରିବାର ଆଶଙ୍କା ରହିଛି ବୋଲି କହିଛନ୍ତି।