କଳିଙ୍ଗରେ ସବିତାଙ୍କ ସ୍ୱର୍ଣ୍ଣିମ ସଫଳତା, ୧୦୦ ମିଟର ବାଧାଦୌଡ଼ରେ ଚାମ୍ପିୟନ

ଓଡ଼ିଶାର ଗୌରବ ବଢ଼ାଇଲେ ସବିତା

ଭୁବନେଶ୍ୱର, ୨୭/୧୧: ଓଡ଼ିଶାର କ୍ରୀଡ଼ାବିତ୍‌ ସବିତା ଟୋପୋ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେଉଥିବା ବିମ୍‌ଷ୍ଟେକ୍‌ ୨୩ ବର୍ଷରୁ କମ୍ ଆଥଲେଟିକ୍ସ ଚାମ୍ପିୟନସିପ୍-୨୦୨୬ର ମହିଳା ୧୦୦ ମିଟର ବାଧାଦୌଡ଼ରେ ୧୩.୮୬ ସେକେଣ୍ଡ ସମୟ ସହ ସ୍ୱର୍ଣ୍ଣ ପଦକ ହାସଲ କରି ଦେଶ ତଥା ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ନଭେମ୍ବର ୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ ଠାରେ  ବିମ୍‌ଷ୍ଟେକ୍‌ ୨୩ ବର୍ଷରୁ କମ୍ ଆଥଲେଟିକ୍ସ ଚାମ୍ପିୟନସିପ୍-୨୦୨୬ ଆୟୋଜିତ ହେଉଛି। ଏହି ପ୍ରତିଯୋଗିତାରେ ୬ ଟି ଦେଶର ୨୦୦ରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଛନ୍ତି।