ଇଫକୋ ପାରାଦୀପ ୟୁନିଟକୁ ସମ୍ନାନଜନକ ‘କଳିଙ୍ଗ ଏକ୍ସେଲେନ୍ସ ପ୍ଲାଟିନମ’ ଆୱାର୍ଡ
“୧୭ତମ ନେସନାଲ ସେଫଟି କନକ୍ଳେଭ-୨୦୨୬” କାର୍ଯ୍ୟକ୍ରମରେ ସମ୍ମାନ ଗ୍ରହଣ କଲେ ଇଫକୋର ମହାପ୍ରବନ୍ଧକ
ପାରାଦୀପ, ୨୮/୧୧: ପାରାଦୀପରେ ଥିବା ବିଶ୍ଵର ବୃହତ ସାର କାରଖାନା ଭାରତୀୟ କୃଷକ ସାର ସମବାୟ ଲିମିଟେଡ଼ (ଇଫକୋ) ପାରାଦୀପ ୟୁନିଟକୁ ୧୭ତମ ଜାତୀୟ ସୁରକ୍ଷା ସମ୍ମିଳନୀ-୨୦୨୬ ରେ ଉଲ୍ଲେଖନୀୟ ସୁରକ୍ଷା ପରିଚାଳନା ପାଇଁ ସମ୍ମାନଜନକ କଳିଙ୍ଗ ସେଫଟି ଏକ୍ସେଲେନ୍ସ ନେସନାଲ ଆୱାର୍ଡ (ପ୍ଲାଟିନମ) ରେ ସମ୍ମାନିତ କରାଯାଇଛି I ୨୦୨୫ ବର୍ଷ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି I ଚଳିତ ନଭେମ୍ବର ମାସ ୨୭ ତାରିଖ ଶୁକ୍ରବାର ଦିନ ଭୁବନେଶ୍ବରଠାରେ ଇନଷ୍ଟିଚ୍ୟୁଟ ଅଫ କ୍ଵାଲିଟି ଆଣ୍ଡ ଏନଭାଇରନମେଣ୍ଟ ମ୍ୟାନେଜମେଣ୍ଟ ସର୍ଭିସେସଦ୍ଵାରା ଆୟୋଜିତ “ ୧୭ତମ ନେସନାଲ ସେଫଟି କନକ୍ଳେଭ-୨୦୨୬” କାର୍ଯ୍ୟକ୍ରମରେ ଇଫକୋର ମହାପ୍ରବନ୍ଧକ (ଅଗ୍ନି ଏବଂ ସୁରକ୍ଷା) ରଞ୍ଜିତ କୁମାର ସ୍ଵାଇଁ ଏହି ଆୱାର୍ଡକୁ ମୁଖ୍ୟ ଅତିଥି ,ଡ.ରବୀନ୍ଦ୍ର ନାରାୟଣ ବେହେରା,ମାନ୍ୟବର ସାଂସଦ (ଲୋକସଭା) ଯାଜପୁର ଓଡ଼ିଶାଙ୍କ ଠାରୁ ଗ୍ରହଣ କରିଥିଲେ I
ଏହି ସ୍ଵୀକୃତି ଇଫକୋ ପାରଦୀପ ୟୁନିଟ ତାର ସୁରକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ ର ସର୍ବୋଚ୍ଚ ମାନଦଣ୍ଡ ରକ୍ଷା ପ୍ରତି ଥିବା ଅକ୍ଷୁର୍ଣ୍ଣ ପ୍ରତିବଦ୍ଧତାକୁ ଦର୍ଶାଇ ପାରିଛି I ଇଫକୋ ପାରାଦୀପ ୟୁନିଟ୍ ମୁଖ୍ୟ ଶ୍ରୀ ଅନିରୁଦ୍ଧ ବିକ୍ରମ ସିଂହଙ୍କ ଦୂରଦୃଷ୍ଟିପୂର୍ଣ୍ଣ ମାର୍ଗଦର୍ଶନ ଏବଂ ନେତୃତ୍ୱ ଯୋଗୁଁ ଏହି ଉଲ୍ଲେଖନୀୟ ସଫଳତା ସମ୍ଭବ ହୋଇପାରିଛି। ସୂଚନା ଥାଉକି ଇଫକୋ ପାରଦୀପ ୟୁନିଟ ତାର ସୁରକ୍ଷା ଓ ପାରିପାଶ୍ଵିକ ଉନ୍ନୟନ ମୂଳକ କାର୍ଯ୍ୟପାଇଁ ସର୍ବଦା ଚର୍ଚ୍ଚାରେ ରହିବା ସଙ୍ଗେ ସଙ୍ଗେ ବହୁ ଜାତୀୟ ଏବଂ ରାଜ୍ୟସ୍ତରୀୟ ଆୱାର୍ଡ଼ ଓ ସମ୍ମାନ ହାସଲ କରିପାରିଛି I