ଭାରତ ମସଲାର ତୃତୀୟ ଦିନ ଲକି ଡ୍ର

ବାଲିଯାତ୍ରା ସାଧାରଣ ଲୋକଙ୍କ ସହ ଯୋଡି ହୋଇ ଅତ୍ମୀୟତା ଅନୁଭବ କରିବାର ସୁନ୍ଦର ଅବସର : ସୁଶାନ୍ତ ପଣ୍ଡା

କଟକ, ୨୮/୧୧:ବାଲିଯାତ୍ରାରେ ଭାରତ ମସଲା ପକ୍ଷରୁ ଆୟୋଜିତ ଲକି ଡ୍ର’ର ତୃତୀୟ ଦିନର ଭାଗ୍ୟଶାଳୀ ବିଜେତା ମାନଙ୍କର ନାମ ସର୍ବ ସମ୍ମୁଖରେ ଘୋଷଣା କରାଯାଇଛି।ପ୍ରଥମ ଭାଗ୍ୟଶାଳୀ ବିଜେତା ରୂପେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ଅସିତ କେରେକେଟା ଟ୍ରଲି ବ୍ୟାଗ ଜିତିଥିବାବେଳେ ଦ୍ୱିତୀୟ ପୁରସ୍କାର ଭାବେ କଟକ ତୁଳସୀପୁରର ଜ୍ୟୋତି ମଲ୍ଲିକ ଭାକ୍ୟୁମ୍ କ୍ଲିନର ଏବଂ ତୃତୀୟ ପୁରସ୍କାର ଭାବେ କଟକ ଜଗତପୁରର ଶିବ ବେହେରା ଇଣ୍ଡକ୍ସନ ଚୁଲା ଜିତିଛନ୍ତି। ସେହିପରି ସାନ୍ତ୍ୱନାମୂଳକ ପୁରସ୍କାର ସ୍ୱରୂପ କଟକ ଗାୟତ୍ରୀ ନଗରର ସିମରନ ବିଶ୍ୱାଳ ଫ୍ରାଇଂ ପ୍ୟାନ ପାଇଛନ୍ତି।ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ବିଜେତାଙ୍କୁ ପୁରସ୍କାର ବଣ୍ଟନ କରିଥିଲେ।

ଏହି ଅବସରରେ ଶ୍ରୀ ପଣ୍ଡା କହିଥିଲେ ଯେ, ବାଲିଯାତ୍ରା ଆମ ପାଇଁ କେବଳ ବ୍ୟବସାୟର ଏକ ମାଧ୍ୟମ ନୁହେଁ, ବରଂ ଏହା ଜନସାଧାରଣଙ୍କ ସହ ଯୋଡ଼ି ହେବା, ସେମାନଙ୍କ ଭଲପାଇବା ଓ ଆତ୍ମୀୟତାକୁ ଅନୁଭବ କରିବାର ଏକ ସୁନ୍ଦର ଅବସର। ଏହି ଐତିହାସିକ ମହୋତ୍ସବରେ ଲୋକଙ୍କ ଖୁସିରେ ସାମିଲ ହେବା ସହ ସେମାନଙ୍କ ପାଇଁ କିଛି ଆନନ୍ଦର ମୁହୂର୍ତ୍ତ ସୃଷ୍ଟି କରିବା ହିଁ ଭାରତ ମସଲାର ମୁଖ୍ୟ ଉଦ୍ଦେଶ୍ୟ। ତେଣୁ ଭାରତ ମସଲା ପକ୍ଷରୁ ବାଲିଯାତ୍ରାକୁ କେବଳ ବାଣିଜ୍ୟିକ ଦୃଷ୍ଟିକୋଣରୁ ନୁହେଁ, ଜନସମ୍ପର୍କ ଓ ସାମାଜିକ ଆତ୍ମୀୟତାର ଏକ ଉତ୍ସବ ଭାବେ ସଜାଇବାକୁ ପ୍ରୟାସ ଜାରି ରଖିଛୁ ବୋଲି ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି ।ଚଳିତବର୍ଷ ମଧ୍ୟ କମ୍ପାନୀ ପକ୍ଷରୁ ମାନ, ପରିମାଣ ଓ ଗୁଣବତ୍ତାକୁ ଅକ୍ଷୁର୍ଣ୍ଣ ରଖାଯାଇ ଗୋଟିଏ ମସଲା କିଣିଲେ ଗୋଟିଏ ମାଗଣା ଅଫର୍ ଦିଆଯାଉଥିବାବେଳେ ୩୦୦ ଟଙ୍କାର ମସଲା କ୍ରୟ ଉପରେ ଗ୍ରାହକଙ୍କୁ ଏକ ସୁନିଶ୍ଚିତ ଉପହାର ପ୍ରଦାନ କରାଯାଉଛି। ସେହିପରି ୧୦୦୦ ଟଙ୍କାର ମସଲା କିଣିଲେ ମିଳୁଛି ଲକି ଡ୍ର କୁପନ। ଏହି ଯୋଜନା ଗ୍ରାହକଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିଛି।କାର୍ଯ୍ୟକ୍ରମରେ ଭାରତ ମସଲାର ଅଧ୍ୟକ୍ଷ ଡକ୍ଟର ସୁରେନ୍ଦ୍ର ନାଥ ପଣ୍ଡା, ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା, ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା, ଦିଗନ୍ତ କୁମାର ପଣ୍ଡା, ଆଶୁତୋଷ ପଣ୍ଡା,ସ୍ତୁତିସୌମ୍ୟା ପଣ୍ଡା,ଏସ୍‌ଏନ୍ ମିଲେନିୟମ୍‌ର ଜିଏମ୍ ବିପିନ ରାଉତ, ଜିଏମ୍ ଅପରେସନ୍ ଅରୁଣ କୁମାର ନାୟକ, ଜିଏମ୍ ପ୍ରଡକ୍ସନ୍ ନବକୃଷ୍ଣ ପ୍ରଧାନଙ୍କ ସମେତ କମ୍ପାନୀର ବହୁ କର୍ମଚାରୀ ଉପସ୍ଥିତ ଥିଲେ।