ଭୁବନେଶ୍ବର: କୋଭିଡ କଟକଣାରେ ଦଶମ ଓ ଦ୍ୱାଦଶ ପରୀକ୍ଷା କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ସୂଚନା ଦେଇଛନ୍ତି। ଅନ୍ୟ ଦେଶରେ ସଂକ୍ରମଣ ବଢୁଥିବାରୁ ଛାତ୍ରଛାତ୍ରୀମାନଙ୍କୁ ସତର୍କ ରହିବାକୁ ଗଣଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବାକୁ ଛାତ୍ରଛାତ୍ରୀଙ୍କୁ ବି ନିବେଦନ କରିଛନ୍ତି ମନ୍ତ୍ରୀ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ପିଲାମାନଙ୍କୁ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବାକୁ ସେ କହିଛନ୍ତି।
Next Post