ଡେପୁଟି କଲେକ୍ଟରଙ୍କ ଠିକଣାରେ ଚଢ଼ଉ ଘଟଣା: ୮୭,୭୮୫ନଗଦ ଟଙ୍କା ଜବତ ସହ ୪ଟି ଫ୍ଲାଟ ଓ ୬ଟି ପ୍ଲଟ ଠାବ

ଜଗତସିଂହପୁର/ବାଲେଶ୍ବର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଜଗତସିଂପୁର ଡେପୁଟି କଲେକ୍ଟର ଚିତ୍ତରଂଜନ ପିଲ୍ଲାଙ୍କ ଠିକଣାରେ ଭିଜିଲାନ୍ସ ଅତର୍କିତ ଚଢ଼ଉ କରିଥିଲା। ଏହି ଚଢ଼ଉ ପରେ ଡେପୁଟି କଲେକ୍ଟରଙ୍କ ଘରୁ ୮୭ହଜାର ୭୮୫ନଗଦ ଟଙ୍କା ମିଳିଥିବା ଜଣାପଡ଼ିଛି। ଏହା ସହ ୨ଟି ଚାରିଚକିଆ ଓ ୩ଟି ଦୁଇ ଚକିଆ ଗାଡି ଭିଜିଲାନ୍ସ ଠାବ କରିଛି।

ସୂଚନା ମୁତାବକ, ଭିଜିଲାନ୍ସ ବିଭାଗର ୨ ଜଣ ଡିଏସ୍‌ପିଙ୍କ ନେତୃତ୍ବରେ ଏହି ଚଢ଼ଉ ହୋଇଥିଲା। ଏଥିରେ ୧୪ ଜଣ ଇନ୍‌ସପେକ୍ଟର, ୬ ଜଣ ଏଏସ୍‌ଆଇ ଓ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ। ଏପର୍ଯ୍ୟନ୍ତ ୪ଟା ଫ୍ଲାଟ, ଗୋଟିଏ ଦୁଇ ମହଲା ଘର ଏବଂ ୬ଟା ପ୍ଲଟ ଭିଜିଲାନ୍ସ  ଦ୍ବାରା ଠାବ କରାଯାଇଛି। ଜମି ଠାବ କରାଯିବା ପରେ ଏହାର ମୂଲ୍ୟ ନିର୍ଦ୍ଧାରଣ କରୁଛନ୍ତି ଭିଜିଲାନ୍ସର ଟେକ୍ନିକାଲ ଟିମ। ଏବେ ଚିତ୍ତରଂଜନ ପିଲ୍ଲାଙ୍କର ବ୍ୟାଙ୍କ ଓ ଇନ୍ସୁରାନ୍ସ ଜମା ଯାଞ୍ଚ ଚାଲିିଥିବା ସୂଚନା ମିଳିଛି।