ବିଭିନ୍ନ ନିଗମ ଓ ବୋର୍ଡ ସମେତ ପରିଷଦରେ ଅବସ୍ଥାପିତ ହେଲେ ନେତା, ଜାଣନ୍ତୁ କେଉଁଠି କିଏ ରହିଲେ

ଭୁବନେଶ୍ବର: ରାଜ୍ୟ ସରକାର ବିଭିନ୍ନ ବିଭାଗ, ନିଗମ, ପରିଷଦ, ବୋର୍ଡ, ମେଡିକାଲ କଲେଜ ଓ ଯୋଜନାଗୁଡ଼ିକରେ ନେତାଙ୍କୁ ଅବସ୍ଥାପିତ କରିଛନ୍ତି। ଓଡ଼ିଶା ଉଠାଜଳ ସେଚନ ନିଗମରେ (ଓଏଲ୍‌ଆଇସି)ରେ ପ୍ରମୋଦ ପାଢ଼ୀଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି। ରାଜଧାନୀ ଚିକିତ୍ସାଳୟରେ ସଂଜୟ ସେଠୀ, ମମତା ଯୋଜନାରେ ସଂଯୁକ୍ତା ମହାନ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପୁଷ୍ପାଞ୍ଜଳି ରଣା, ସଂଖ୍ୟାଲଘୁ ମାମଲାରେ ତହରା ଖାତୁନ୍‌, ଜାଗା ମିଶନରେ ହରିଶଙ୍କର ରାଉତ ଓ ସାଶ୍ବତୀ ମିଶ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ନାରାୟଣ ସାହୁ, ମୁକ୍ତା ଯୋଜନାରେ ରାଜଶ୍ରୀ ମହାନ୍ତି, ଇପ୍‌ସିତା ସାହୁ, ମୀରା ପରିଡ଼ା, ବିଜୁ ସେତୁ ଯୋଜନାରେ ସରତ ଚନ୍ଦ୍ର ପାତ୍ର, ଦିଲୀପ କୁମାର ସାହୁଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନତି।