ଥଣ୍ଡାରେ ଥରୁଛି କନ୍ଧମାଳ; ୪୮ ଘଣ୍ଟା ମଧ୍ୟରେ ତାପମାତ୍ରା ଖସିଲା ୫ ଡିଗ୍ରି

ସାରା ରାଜ୍ୟରେ ଶୀତର ଲହରୀ ପୁଣି ଥରେ ଅନୁଭୂତ ହୋଇଯାଇଛି। କନ୍ଧମାଳ ଜିଲ୍ଲାରେ ଅପରାହ୍ଣ ୪ଟା ପରଠାରୁ ପରଦିନ ସକାଳ ୧୦ଟା ପର୍ଯ୍ୟନ୍ତ ଲୋକେ ଶୀତବସ୍ତ୍ରକୁ ଛାଡ଼ିକି ରହିପାରୁ ନାହାନ୍ତି। ବିଗତ ୪୮ ଘଣ୍ଟା ମଧ୍ୟରେ କନ୍ଧମାଳରେ ତାପାମାତ୍ରା ୫ ଡିଗ୍ରି ହାସ ପାଇଛି। ଦାରିଙ୍ଗବାଡ଼ିରେ ଶୁକ୍ରବାର ତାପମାତ୍ରା ୧୨ ଡିଗ୍ରି ଥିଲା ବେଳେ ଆଜି ୮ ଡିଗ୍ରିରେ ପହଂଚିଛି। ଗୁରୁବାର ଦାରିଙ୍ଗବାଡ଼ିରେ ତାପାମାତ୍ରା ୧୩ ଡିଗ୍ରି ସେଲସିୟସ ଥିଲା।

ଉଦୟଗିରିରେ ଶୁକ୍ରବାର ତାପମାତ୍ରା ୧୨ ଡିଗ୍ରି ଥିବା ବେକେ ଆଜି ୫ଡିଗ୍ରି ଖସିଛି। ଘୁମୁସର ଉଦୟଗିରିରର ତାପାମାତ୍ରା ଆଜି ୭ଡିଗ୍ରି ରେକର୍ଡ କରାଯାଇଛି। କିଛି ଦିନ ଧରି ଶୀତ ଉଭାନ ହୋଇ ଯାଇଥିବା ବେଳେ କିଛି ମାତ୍ରାରେ ଗରମ ଅନୁଭୂତ ହେଉଥିଲା। ହେଲେ ପୁଣି ତାପମାତ୍ରା କମିଯିବା ପରେ ଆଜି ଶୀତର ପ୍ରକୋପ ବଢିଛି। ଚଳିତ ବର୍ଷ ଶୀତ ଏକ ପ୍ରକାର ଲୁଚକାଳି ଖେଳ ଖେଳୁଛି। ବିଳମ୍ବରେ ଶୀତ ଆରମ୍ଭ ହୋଇଥିବା ବେଳେ କିଛି ଦିନ ଶୀତର ପ୍ରକୋପ ରହି ପୁଣି କିଛି ଦିନ ଅନ୍ତରଧ୍ୟାନ ହୋଇଯାଉଛି।