ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ବକପ୍ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଓ ରାଉରକେଲାଠାରେ ଖେଳାଯିବ। ବିଶ୍ବକପ୍ ଆରମ୍ଭର ଦୁଇ ଦିନ ପୂର୍ବରୁ ତଥା ଆସନ୍ତାକାଲି କଟକସ୍ଥିତ ବାରବାଟୀ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ ଉଦ୍ଘାଟନୀ ଉତ୍ସବ। ଅତିଥି ରାଷ୍ଟ୍ର ସହ ସାରା ଦେଶରେ ଏକ ସୁନ୍ଦର ଅନୁଭବ ଦେବା ଲାଗି ଏହି ଉଦ୍ଘାଟନୀ ଉତ୍ସବକୁ ରୋମାଞ୍ଚକର କରିବାକୁ ଆୟୋଜକ ପୂରା ଜୋର୍ସୋର୍ରେ ଉଦ୍ୟମ ଚଳାଇଛନ୍ତି। ଏଥିରେ ସୋମ୍ୟାନ୍ସିପ୍, ବୈଷୟିକ ଓ ସଂସ୍କୃତିର ଅବିଶ୍ବସନୀୟ ପ୍ରଦର୍ଶନ କରାଯିବ। ଏହି ଉଦ୍ଘାଟନୀ ଉତ୍ସବର ନାମ ‘ସେଲିବ୍ରେସନ’ ରଖାଯାଇଛି। ଏଥିରେ ଓଡ଼ିଶାର ସଂସ୍କୃତି ସହ ଗୀତ, ନୃତ୍ୟ ଏବଂ ପ୍ରଯୁକ୍ତିବିଦ୍ୟାର ଭରପୂର ମନୋରଂଜନ ରହିବ।
Prev Post
Next Post