ଗୁପ୍ତଚର ପାରା ସନ୍ଦେହରେ ପୁଲିସକୁ ହସ୍ତାନ୍ତର

ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ତଥା ତିରିଂ ଥାନା ଅନ୍ତର୍ଗତ ସୁରଦା-ଯଶିପୁର ଗ୍ରାମରୁ ସନ୍ଦେହଜନକ ଗୁପ୍ତଚର ପାରା ଉଦ୍ଧାର କରାଯାଇଇଛି। ଗ୍ରାମବାସୀ ଏହାକୁ ଝରାଡିହି ଫାଣ୍ଡିରେ ଜିମା ଦେଇଛନ୍ତି।
ସୂଚନା ଅନୁଯାୟୀ ଏକ ଧଳା ସହିତ ଧୂସର ରଙ୍ଗର ପାରା ଯଶିପୁର ଗ୍ରାମର ମନସା ମା’ଙ୍କ ମନ୍ଦିରରେ ଗତ କିଛି ଦିନ ହେଲା ରହି ଆସୁଥିଲା। ତେବେ ଇତି ମଧ୍ୟରେ ଉକ୍ତ ପାରାଟିର ଗୋଡରେ ଇଂରାଜୀ ସଂଖ୍ୟା ଲିଖିତ ଯନ୍ତ୍ରପାତି ଖଞ୍ଜିତ ହୋଇଥିବା ପରି ଦେଖି ମନ୍ଦିର ପୂଜକଙ୍କ ସନ୍ଦେହ ଉପୁଜିଥିଲା। ପ୍ରଶିକ୍ଷିତ ଗୁପ୍ତଚର ପାରା ହୋଇଥିବା ସନ୍ଦେହରେ ମନ୍ଦିର ପୂଜକ ନିର୍ମଳ ମହାକୁଡ ଉକ୍ତ ପାରାକୁ ଝରାଡିହି ଫାଣ୍ଡି ପୁଲିସକୁ ଜିମା ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ପୁଲିସ ଏବଂ ବନ ବିଭାଗ ତଦନ୍ତ କରିବା ପରେ ତାହା ଏକ ରେସିଂ ପାରା ବୋଲି ସନ୍ଦେହ କରିବା ପରେ ବନ ବିଭାଗକୁ ହସ୍ତାନ୍ତର କରିଛି। ତେବେ ଉକ୍ତ ପାରା ବିଷୟରେ ଅଧିକ ତଦନ୍ତ କରାଯାଉଛି ବୋଲି ସୂଚନା ମିଳିଛି।