ଲକଅପରୁ ଅଭିଯୁକ୍ତ ଫେରାର: ଏଏସଆଇ ଓ ୨ କନଷ୍ଟେବଳଙ୍କୁ ବଦଳି

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନାର ଜଣେ ଏଏସଆଇ ଓ ୨ ଜଣ କନଷ୍ଟେବଳଙ୍କୁ ଗୁରୁବାର ବଦଳି କରାଯାଇଛି

କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ପୋଲିସ ଅଧିକାରୀଙ୍କୁ ବଦଳି

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନାର ଜଣେ ଏଏସଆଇ ଓ ୨ ଜଣ କନଷ୍ଟେବଳଙ୍କୁ ଗୁରୁବାର ବଦଳି କରାଯାଇଛି। ପୋଲିସର କର୍ତ୍ତବ୍ୟରେ ଅବହେଳା ହେତୁ ଥାନାର ଲକଅପରୁ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ଅଭିଯୁକ୍ତ ଫେରାର ହେବା ସମୟରେ ଥାନା ଦାୟିତ୍ୱରେ ଥିବା ଏଏସଆଇ ଅନୁପ ଲୁବୁନ, ଦୁଇ କନେଷ୍ଟବଳ ମୀନାକ୍ଷୀ ମଲ୍ଲିକ ଓ ବ୍ରଜକିଶୋର ନାୟକ ଉପସ୍ଥିତ ଥିଲେ। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଉକ୍ତ ୩ ପୋଲିସ ଅଧିକାରୀଙ୍କୁ ଆନନ୍ଦପୁର ଥାନାରୁ ବଦଳି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆନନ୍ଦପୁର ଥାନା ଅନ୍ତର୍ଗତ ଫକୀରପୁର ଗ୍ରାମର ଅମର ସାହୁଙ୍କୁ ଆନନ୍ଦପୁର ଥାନା ପୁଲିସ ଏକ ମୋବାଇଲ ଦୋକାନରୁ ଡକାୟତି ଅଭିଯୋଗରେ ଗିରଫ କରିଥିଲା। ତେବେ ଅମର ଥାନାରୁ ଲୁଚି ଯାଇ କୌଣସି ପ୍ରକାରେ ଖସି ଯିବାରେ ସକ୍ଷମ ହୋଇଥିଲେ। ପରେ ପୁଲିସ ଅଭିଯୁକ୍ତକୁ ଫକୀରପୁର ବେଇତରାଣୀ ଘାଟରୁ ଗିରଫ କରିଥିଲା।