ଲାଞ୍ଚ ନେବା ବେଳେ ଏଏସଆଇଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର ସହିଦ ନଗର ଥାନାର ଏଏସଆଇ ମମତା ବସ୍ତିଆ ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି

୧୫,୦୦୦ ଟଙ୍କା ଲାଞ୍ଚ ନେଉଥିଲେ

ଭୁବନେଶ୍ବର: ଭୁବନେଶ୍ୱର ସହିଦ ନଗର ଥାନାର ଏଏସଆଇ ମମତା ବସ୍ତିଆ ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଜଣେ ଅଭିଯୋଗକାରୀଙ୍କଠାରୁ ୧୫,୦୦୦ ଟଙ୍କା ଲାଞ୍ଚ ମାଗିବା ଓ ଗ୍ରହଣ କରୁଥିବା ବେଳେ ତାଙ୍କୁ ଗିରଫ କରାଯାଇଛି। ଏଏସଆଇ ବସ୍ତିଆଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଭିଜିଲାନ୍ସ ହାତରେ ଧରା ପଡ଼ିବା ପରେ ଏଏସଆଇ ଶ୍ରୀମତୀ ବସ୍ତିଆଙ୍କ ଦୁଇଟି ସ୍ଥାନରେ ଏକକାଳୀନ ଗୃହ ଚଢ଼ାଉ ଜାରି ରହିଛି। ଏ ସଂକ୍ରାନ୍ତରେ ଭୁବନେଶ୍ୱର ଭିଜିଲାନ୍ସ ପିଏସ୍ କେସ୍ ନଂ.୧୭ ଡି.ଟି.୧୨.୦୭.୨୦୨୩ ୟୁ/ଏସ୍ ୭ ପିସି (ସଂଶୋଧନ) ଆଇନ, ୨୦୧୮ ରୁଜୁ ହୋଇଛି।