ସେତୁ ଯୋଜନାରେ ମାଲକାନଗିରିର ୧୦ ପଞ୍ଚାୟତ ସାମିଲ

ସେତୁ ଯୋଜନାରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଓ କୋରୁକୁଣ୍ଡା ବ୍ଲକର ଆଉ ୧୦ଟି ପଞ୍ଚାୟତକୁ ସାମିଲ କରିଛନ୍ତି ରାଜ୍ୟ ସରକାର

ସେତୁ ଯୋଜନା ବ୍ୟୟ ଅଟକଳ ୧୦୦ କୋଟି ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି : ସେତୁ ଯୋଜନାରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଓ କୋରୁକୁଣ୍ଡା ବ୍ଲକର ଆଉ ୧୦ଟି ପଞ୍ଚାୟତକୁ ସାମିଲ କରିଛନ୍ତି ରାଜ୍ୟ ସରକାର । ସେତୁ ଯୋଜନାର ବ୍ୟୟବରାଦ ୧୦୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସେତୁ ଯୋଜନାରେ କୋରୁକୁଣ୍ଡା ବ୍ଲକର ଅବଶିଷ୍ଟ ୯ଟି ପଞ୍ଚାୟତ ଓ ଚିତ୍ରକୋଣ୍ଡା ବ୍ଲକର ଅବଶିଷ୍ଟ ୯ଟି ପଞ୍ଚାୟତ ଆନ୍ଦ୍ରାପଲ୍ଲୀ, ପଣାସପୁଟ, ଯୋଡାମ୍ବୋ, ରାଲିଗଡ଼ା, ପେପରମେଟାଲ, ବଡ଼ପଡା, ଗଜଲମମୁଣ୍ଡି, ଜନ୍ତ୍ରି ଓ ଧୁଲିପୁଟ ଓ ନାକାମାମୁଡି ପଞ୍ଚାୟତକୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ସେତୁ ଯୋଜନାର ଖର୍ଚ୍ଚ ସୀମା ୫୦ କୋଟିଟଙ୍କାରୁ ୧୦୦ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାଭିମାନ ଅଞ୍ଚଳ ଭାବେ ପରିଚିତ ଚିତ୍ରକୋଣ୍ଡା ବ୍ଲକର ୯ଟି ଦୁର୍ଗମ ପଞ୍ଚାୟତକୁ ଗୁରୁପ୍ରିୟା ସେତୁ ଦ୍ୱାରା ସଂଯୋଗ କରାଯାଇଛି।

ସୂଚନାନୁସାରେ, ଗତ ମାର୍ଚ୍ଚ ୨୮ ତାରିଖରେ ୫-ଟି ସଚିବ ଭିକେ ପାଣ୍ଡିଆନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ପରିଦର୍ଶନ କରି ଅଞ୍ଚଳର ଲୋକଙ୍କ ଦାବି ଓ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରସ୍ତାବ ମୁତାବକ ମୁଖ୍ୟମନ୍ତ୍ରୀ ଉକ୍ତ ଅଂଚଳରେ ସେତୁ ଯୋଜନାରେ ସେତୁ ତିଆରି ପାଇଁ ଅନୁମୋଦନ କରିଛନ୍ତି ।