ଧବଳେଶ୍ବର ପୀଠକୁ କାଉଡିଆ ନେଇପାରିବେନି ବାହୁଙ୍ଗି

ଆଠଗଡ: ଆଉ ଦୁଇ ଦିନ ପରେ ଶ୍ରାବଣ ମାସର ପ୍ରଥମ ସୋମବାର ।  ଦୁଇ ବର୍ଷ ହେବ କରୋନା ଯୋଗୁଁ କାଉଡି ଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଏଥିପାଇଁ ମିଳିଛି ଅନୁମତି । ତେଣୁ ପ୍ରସିଦ୍ଧ ଧବଳେଶ୍ବର ପୀଠ ସହ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇଯିବ। ତେବେ ଲକ୍ଷାଧିକ କାଉଡିଆଙ୍କ ସମାଗମ ଆଶଙ୍କାକୁ ଦୃଷ୍ଟିରେ ରଖି ଧବଳେଶ୍ବର ପୀଠକୁ ବାହୁଙ୍ଗି ବାରଣ କରାଯାଇଛି ।

ଧବଳେଶ୍ବର ପୀଠକୁ କାଉଡ଼ିଆମାନେ ବାହୁଙ୍ଗି ନେଇ ଯାଇପାରିବେ ନାହିଁ । ଧବଳେଶ୍ବର ପୀଠର ଝୁଲାପୋଲ ପର୍ଯ୍ୟନ୍ତ କାଉଡିଆ ବାହୁଙ୍ଗି ନେଇପାରିବେ । କିନ୍ତୁ ପୀଠକୁ ବାହୁଙ୍ଗି ନେଇପାରିବେ ନାହିଁ ।

ତେବେ ଝୁଲାପୋଲ ପୂର୍ବରୁ ହିଁ ବାହୁଙ୍ଗି ରଖି ପୀଠକୁ ଯିବେ କାଉଡିଆ । ଝୁଲାପୋଲ ଦେଇ କେବଳ ପାଣି କଳସ ଓ ଭୋଗ ନେଇ ଶ୍ରଦ୍ଧାଳୁ ପୀଠକୁ ଯାଇପାରିବେ । ଏନେଇ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ ସୂଚନା ଦେଇଛନ୍ତି ।