ଶିକ୍ଷାର ବିକାଶରେ ସୃଜନଶୀଳତା: ତିରୁପତି

ହାଇଟେକ ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀଙ୍କୁ ଉତ୍କଳ ଗୌରବ ସମ୍ମାନ ୨୦୨୩ ରେ ସମ୍ମାନିତ କରାଯାଇଛି ।

ଡଃ ତିରୁପତି ପାଣିଗ୍ରାହୀଙ୍କୁ ଉତ୍କଳ ଗୌରବ ସମ୍ମାନ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ମେଫେୟାର କନଭେନସନ ଠାରେ ମୁଖ୍ୟ ଅତିଥି ଭାବେ ଛତିଶଗଡର ମାନନୀୟ ରାଜ୍ୟପାଳ ମହାମହିମ ଡଃ ବିଶ୍ୱଭୂଷଣ ହରିଚନ୍ଦନ, ସମ୍ବାଦର ମୁଖ୍ୟ ସମ୍ପାଦକ ତଥା ବିଧାୟକ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପଟନାୟକ ଏବଂ ଉତ୍କଳ ବିଶ୍ୱ ବିଦ୍ୟାଳୟର କୁଳପତି ସବିତା ଆଚାର‌୍ୟ୍ୟଙ୍କ ସମେତ ଏମ.ବି. ସି ଟିଭିର ଚେୟାରମ୍ୟାନ ଡଃ ବି ଏନ ପଟ୍ଟନାଏକ ଏବଂ ସମ୍ପାଦକ ଡଃ ଅଶୋକ କୁମାର ପଣ୍ଡା ଯୋଗଦେଇ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଓ ସୃଜନ ଶିଳତାର ବିକାଶ ପାଇଁ ହାଇଟେକ ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀଙ୍କୁ ଉତ୍କଳ ଗୌରବ ସମ୍ମାନ ୨୦୨୩ ରେ ସମ୍ମାନିତ କରିଛନ୍ତି। ଉକ୍ତ ସଭାରେ ଶିକ୍ଷା ଓ ସୃଜନଶିଳତା ଛାତ୍ର ଜୀବନରେ କିଭଳି ପରିବର୍ତନ ଆଣିପାରିବ ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏହି ଆଲୋଚନା ଚକ୍ରରେ ଡଃ ତିରୁପତି ପାଣିଗ୍ରାହୀ ତାଙ୍କର ବକ୍ତବ୍ୟ ରଖିବାକୁ ଯାଇ ସମସ୍ତ ଶିକ୍ଷକ ମ।ନଙ୍କୁ ଏକ ଆହ୍ୱାନ ଦେଇଛନ୍ତିଯେ , ଛାତ୍ରଙ୍କୁ କେବଳ ସେମାଙ୍କର ଶ୍ରେଣିଗତ ପରୀକ୍ଷାରେ ସଂଗ୍ରହ କରିଥିବା ମୂଲ୍ୟ ଆଧାରରେ ତୁଳନା ନକରି ସେମାଙ୍କର ଯୋଗ୍ୟତା ଏବଂ ଦକ୍ଷତା ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ , ଯାହାଫଳରେକି ଛାତ୍ରମାନଙ୍କର ମନୋବଳ ଦୃଢ ହେବା ସହ, ସେମାନେ ନିଜର ଏବଂ ନିଯଯାତିର ଉନ୍ନତି ପାଇଁ ଆଗଭର ହୋଇ ଉଠିବେ।