ଖୋର୍ଦ୍ଧା ଜିଲ୍ଲାର କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ୫-ଟି ସଚିବ

୫-ଟି ସଚିବ ଶ୍ରୀ. ଭି.କେ ପାଣ୍ଡିଆନ ଖୋର୍ଦ୍ଧା ଜିଲ୍ଲାର କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।

ସରକାରଙ୍କ ସହଯୋଗ ପ୍ରେରଣା ଦିଏ: ପାଣ୍ଡିଆନ

ଭୁବନେଶ୍ଵର, ୨୧/8/୨୩: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ. ଭି.କେ ପାଣ୍ଡିଆନ ଖୋର୍ଦ୍ଧା ଜିଲ୍ଲାର କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାର ୭୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ୩୮ଟି ଡିଗ୍ରୀ କଲେଜକୁ ୬୬ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟରେ ୫ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିବା ସେ ସୂଚନା ଦେଇଥିଲେ।

‘ନୂଆ ଓଡ଼ିଶା’ ଗଠନ ଓ ରାଜ୍ୟର ପରିବର୍ତନ ଦିଗରେ ପ୍ରୟାସ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୋଣ ସମ୍ପର୍କରେ ସେ ଅବଗତ କରାଇଥିଲେ। ନୂଆ ଓଡ଼ିଶା ଗଠନ ଦିଗରେ ଛାତ୍ରଛାତ୍ରୀମାନେ ମୁଖ୍ୟ ଶକ୍ତି ହେବେ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଲକ୍ଷ୍ୟ ହାସଲ ପାଇଁ ଉଚ୍ଚ ଲକ୍ଷ୍ୟ ରଖିବା ସହ କଠିନ ପରିଶ୍ରମ କରିବାକୁ ସେ ସେମାନଙ୍କୁ ପ୍ରେରଣା ଦେଇଥିଲେ।

ସେମାନଙ୍କ ପାଠପଢ଼ା ପାଇଁ ସମସ୍ତ ସୁବିଧା ଯୋଗାଇ ଦେବା ଦିଗରେ ସରକାରଙ୍କ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ବ୍ୟକ୍ତିତ୍ୱ ବିକାଶ ଉପରେ ଧ୍ୟାନ ଦେବାକୁ ସେ ସେମାନଙ୍କୁ ଉତ୍ସାହିତ କରିଥିଲେ। ଶାରୀରିକ ସୁସ୍ଥତା ଏବଂ ମାନସିକ ଶକ୍ତି ସଫଳତାର ମୁଖ୍ୟ ମାପଦଣ୍ଡ ଅଟେ । ପ୍ରତିଦିନ ଅତି କମରେ ୩୦ ମିନିଟ୍ ବ୍ୟାୟାମ କରିବା ସହ ଦୈନିକ ୧୫ ମିନିଟ୍ ଧ୍ୟାନ କରିବାକୁ ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସେମାନେ ଭାଷଣରେ ବେଶ୍ ଉତ୍ସାହିତ ହୋଇ ଶ୍ରୀ ପାଣ୍ଡିଆନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେମାନେ ଭଲ ପାଠ ପଢ଼ିବେ ଏବଂ ନିଜ ସଫଳତା ଦ୍ୱାରା ଓଡ଼ିଶାକୁ ଗର୍ବିତ କରିବେ।