ଭିଜିଲାନ୍ସ ସ୍କାନରରେ ରାୟଗଡା ଡିଏଫଓ

ରାୟଗଡା ଜିଲ୍ଲାର ଡିଭିଜନାଲ ଫରେଷ୍ଟ ଅଫିସର ବିଜୟ କୁମାର ପରିଡ଼ାଙ୍କ ଉପରେ ଭିଜିଲାନ୍ସ ଚଢାଉ କରିଛି।

୭ ସ୍ଥାନରେ ଚଢାଉ

ରାୟଗଡା: ରାୟଗଡା ଜିଲ୍ଲାର ଡିଭିଜନାଲ ଫରେଷ୍ଟ ଅଫିସର ବିଜୟ କୁମାର ପରିଡ଼ାଙ୍କ ଉପରେ ଚଢାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଓଡିଶା ଭିଜିଲାନ୍ସ ଏକକାଳୀନ ସମସ୍ତ ସମ୍ପତ୍ତିରେ ଚଢାଉ କରିଛି।

ରାୟାଗଡା, ଖୋର୍ଦ୍ଧା, କଟକ ଏବଂ ଯାଜପୁର ଜିଲ୍ଲାର ସାତୋଟି ସ୍ଥାନରେ ସ୍ପେଶାଲ ଜଜ୍, ଭିଜିଲାନ୍ସ, ଭୁବନେଶ୍ୱର ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ୮ ଜଣ ଭିଜିଲାନ୍ସ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ଦ୍ଵାରା ଏହି ଚଢାଉ କରାଯାଇଛି।

ନିମ୍ନଲିଖିତ ସ୍ଥାନରେ ଚଢାଉ ଚାଲିଛି:

ରାୟଗଡା ପୋଲିସ ସୀମା ଅନ୍ତର୍ଗତ ଗାନ୍ଧୀ ନଗରର କାଳୀ ପୂଜା ପଡିଆ ନିକଟରେ ଥିବା ବିଜୟଙ୍କ ଆବାସିକ ସରକାରୀ କ୍ୱାର୍ଟର।

ରାୟଗଡା ରାନିଗୁଡା ଫାର୍ମରେ ଅବସ୍ଥିତ ତାଙ୍କ କାର୍ଯ୍ୟାଳୟ।

କଳାରାହାଙ୍ଗ, ପଟିଆ, ଭୁବନେଶ୍ୱରରେ ଥିବା ଆଶୀର୍ବାଦ୍ ପ୍ଲାଜାର ଫ୍ଲାଟ ନଂ ୩୦୪, ତୃତୀୟ ମହଲା, ବ୍ଲକ-ଏ ।

କଟକ ଜିଲ୍ଲା ଅନ୍ତର୍ଗତ କଟକ ସଦର ଥାନା ଅଧୀନରେ ପ୍ଲଟ୍ ନମ୍ବର- 16/708, ମୌଜା – ଶ୍ରୀକୋରୁଆନ୍।

କଟକର ସଦର ଥାନା ଅନ୍ତର୍ଗତ ଶ୍ରୀକୋରୁଆନରେ ଥିବା ବିଜୟଙ୍କ ସମ୍ପର୍କୀୟଙ୍କ ଘର।

ଚନ୍ଦ୍ରଶେଖରପୁରର ଶିଶୁ ବିହାରରେ ଥିବା ଅନ୍ୟ ଏକ ସମ୍ପର୍କୀୟଙ୍କ ଭଡା ଘର।

ଯାଜପୁର ଜିଲ୍ଲାର କଳିଙ୍ଗ ନଗର ଥାନା ଅନ୍ତର୍ଗତ ତାଙ୍କ ଜନ୍ମ ଗ୍ରାମ ଦାମୋଦରପୁର ଠାରେ ଥିବା ଏକ ପୈତୃକ ଘର।