ବିଷ ପିଇଲେ ଏସଆଇ

ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କଲେ ଏସଆଇ

କାରଣ ଅସ୍ପଷ୍ଟ

ବଲାଙ୍ଗୀର: ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କଲେ ଏସଆଇ। ବୁଧବାର ବିଳମ୍ବିତ ରାତିରେ ବଲାଙ୍ଗୀର ଜିଲ୍ଲାର ସଇଁତଳା ପୋଲିସ ଷ୍ଟେସନର ମହିଳା ସବ-ଇନସପେକ୍ଟର (ଏସଆଇ) ଜଣକ ସଇଁତଳାସ୍ଥିତ ତାଙ୍କ ଭଡା ଘରେ ବିଷ ପିଇ ଗୁରୁତର ହୋଇଥିଲେ।ଏହି ଘଟଣା ଜଣା ପଡିବା ପରେ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ରହିଛି।

ଏସଆଇଙ୍କ ନାମ କାଜଲ ବାଗ ବୋଲି ଜଣାପଡିଛି। ବିଷ ପିଇବା ପଛର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ସେହିପରି ଗତ କିଛି ଦିନ ତଳେ ଅନୁଗୁଳ ଜିଲ୍ଲାର ଜଣେ ଲେଡି ହୋମ ଗାର୍ଡ ଆତ୍ମହତ୍ୟା ଉଦ୍ୟମ କରି ନିଜ ଗୋଡ ହରାଇଥିଲେ। ଏହି ଘଟଣା ପରେ ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଡିଜି ବ୍ରିଜେଶ କୁମାର ରାୟଙ୍କୁ କଟକ ପୋଲିସ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା।