ଭୁବନେଶ୍ୱର: ରାଜ୍ୟରେ ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବିଷ୍ଣୁପଦ ସେଠୀଙ୍କୁ ସାମାଜିକ ସୁରକ୍ଷା ବିଭାଗର ସଚିବ ଭାବେ ନିଯୁକ୍ତି ଦିଆ ଯାଇଥିବା ବେଳେ ଭାସ୍କର ଜ୍ୟୋତି ଶର୍ମା ସେଟଲମେଣ୍ଟ କମିଶନର, ବି ପରମେଶ୍ବରନ ଚକବନ୍ଦୀ କମିଶନର, ଜ୍ୟୋତି ପ୍ରକାଶ ଦାସଙ୍କୁ ପଞ୍ଚାୟତିରାଜ ନିର୍ଦ୍ଦେଶକ ଦାୟିତ୍ୱ, ଅରିନ୍ଦମ ଡାକୁଆ ପାନୀୟ ଜଳ ଓ ପରିମଳ ବିଭାଗ ନିର୍ଦେଶକ, ଇନ୍ଦ୍ରମଣି ତ୍ରିପାଠୀ ଏସଟି ବିଭାଗର ନିର୍ଦ୍ଦେଶକ, ରମାଶିଷ ହାଜରାଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦର ଅତିରିକ୍ତ ନିର୍ଦ୍ଦେଶକ ଏବଂ ସୁବ୍ରତ ଶତପଥୀଙ୍କୁ ଆଇଜିଆର ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।