ଅନୁଗୁଳ ନିର୍ବାଚନ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ବିଜେଡ଼ି ସୁପ୍ରିମୋ

ଅନୁଗୁଳ ଓ ଗଜପତି ଜିଲ୍ଲାର ନିର୍ବାଚନ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି।

ଗଜପତି ଜିଲ୍ଲା ପାଇଁ ନୂତନ କର୍ମକର୍ତ୍ତା

ଭୁବନେଶ୍ୱର, ୦୮/୧୦/୨୦୨୩: ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନୁଗୁଳ ଜିଲ୍ଲାର ପ୍ରତି ନିର୍ବାଚନମଣ୍ଡଳୀର ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ବିଭିନ୍ନ ନେତାଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି।
୧) ଅନୁଗୁଳ ଓ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀ ଚିନ୍ମୟ ସାହୁ
୨) ଛେଣ୍ଡିପଦା ଓ ପାଲଲହଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀ ନେଫୁ ଦାସ
ଶ୍ରୀ ନବୀନ ପଟ୍ଟନାୟକ ନିମ୍ନଲିଖିତ ନେତାମାନଙ୍କୁ ଗଜପତି ଜିଲ୍ଲାର କର୍ମକର୍ତ୍ତା ଭାବରେ ନିଯୁକ୍ତ କରିଛନ୍ତି।
୧) ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ଶଶିଭୂଷଣ ମହାନ୍ତି
୨) ମୋହନା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ପୃଥ୍ୱୀରାଜ ସାହୁ