ବସ୍‌ ଧର୍ମଘଟ ସ୍ଥଗିତ

ବସ୍‌ ଧର୍ମଘଟ ସ୍ଥଗିତ ରଖିବାକୁ ବସ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ଅକ୍ଟୋବର ୩୧ ପରେ ପରବର୍ତ୍ତୀ ନିଷ୍ପତ୍ତି

ଭୁବନେଶ୍ବର: ଅକ୍ଟୋବର ୧୦ରେ ହେବାକୁ ଥିବା ଘରୋଇ ବସ ଧର୍ମଘଟକୁ ସ୍ଥଗିତ କରାଯାଇଛି। ଅଖିଳ ଓଡ଼ିଶା ବସ୍ ମାଲିକ ସଂଘ ପ୍ରସ୍ତାବିତ ଧର୍ମଘଟକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ପ୍ରତ୍ୟାହାର କରିନେଇଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ସଂଘ ଏହି ନିଷ୍ପତ୍ତି ନେଇଥିବା ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ପଞ୍ଚାୟତରୁ ବ୍ଲକ ମୁଖ୍ୟାଳୟ ଚାଲିବାକୁ ଥିବା ବସ୍‌ରେ ଆମର ସମସ୍ୟା ନାହିଁ। ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ଯିବାକୁ ଥିବା ବସ୍‌ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବାର ନାହିଁ। ତେଣୁ ଏବେ ଜିଲ୍ଲା ମୁଖ୍ୟାଳୟ ବସ୍‌ ଚାଲିବାକୁ ନଥିବାରୁ ୩୧ ଯାଏଁ ଧର୍ମଘଟ ସ୍ଥଗିତ ରଖିଛୁ। ଅକ୍ଟୋବର ୩୧ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ପଞ୍ଚାୟତ ସ୍ତରରୁ ରାଜଧାନୀକୁ ସୁଲଭ ମୂଲ୍ୟରେ ପରିବହନ ସୁବିଧା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ୧୬ଶହ ବସ୍‌ ଚଳାଇବେ। ତେବେ ସରକାର ନେଇଥିବା ଏହି ପଦକ୍ଷେପକୁ ବିରୋଧ କରି ଘରୋଇ ବସ୍ ମାଲିକମାନେ ଅକ୍ଟୋବର ୧୦ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଥିଲେ।