ମୁଣ୍ଡାରୀ ଭାଷାକୁ ୮ମ ଅନୁଚ୍ଛେଦରେ ସାମିଲ ପାଇଁ ମୁଣ୍ଡା ସମାଜର ଦାବି
ମୁଣ୍ଡାରୀ ଭାଷାକୁ ୮ମ ଅନୁଚ୍ଛେଦରେ ସାମିଲ ପାଇଁ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ
ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ତଥା ରାଜସ୍ୱ ବିପର୍ଯ୍ୟୟ ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାରାଣ୍ଡିଙ୍କ ନେତୃତ୍ୱରେ ମୁଣ୍ଡା ସମାଜର ଏକ ପ୍ରତିନିଧି ମଣ୍ଡଳ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସୁପାରିସ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର. ବାଲକ୍ରୀଷ୍ଣମ ଏବଂ କମିଶନର କମ୍ ସେକ୍ରେଟାରୀ, ଏସ୍ସି/ଏସ୍ଟି ବିଭାଗର ରୂପା ରୋସନ ସାହୁଙ୍କ ଉପସ୍ଥିତିରେ ମୁଣ୍ଡାରୀ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ୍ କରିବା ପାଇଁ ସରକାରଙ୍କ ପକ୍ଷରୁ ସକାରାତ୍ମକ ପଦକ୍ଷେପ ନବୋ ପାଇଁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ରାଜ୍ୟ ସରକାର ଏ ବାବଦରେ ଅତିଶୀଘ୍ର ସକାରାତ୍ମକ ପଦକ୍ଷେପ ନେବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ।
ଏହି ଅବସରରେ ଗରତ ମୁଣ୍ଡା ସମାଜ, ମୁଣ୍ଡାରୀ ସମାଜ, ସାୱାଁର, ଦାମ୍ଡ଼ା, ବିର୍ଶାମୁଣ୍ଡା ମେମୋରିଆଲ କଲଚର ଫାଉଣ୍ଡେସନର ସଭାପତିଙ୍କ ସମେତ ଶ୍ରୀ ରବୀନ୍ଦ୍ରନାଥ ସିଂ, ନନ୍ଦଲାଲ ସିଂ, ଶିବ ପ୍ରସାଦ ସିଂ, ସନ୍ତୋଷ କୁମାର ସିଂ, ରାଜେନ୍ଦ୍ର ନାଥ ସିଂ, ମକରନ ସିଂ, ଡଃ ମହେନ୍ଦ୍ର ସିଂ, ବଳରାମ ସିଂ, ଶ୍ରୀ ରୋହିଆ ସିଂ, ଅରୁଣ ସିଂ, ଜେନା ପ୍ରସାଦ ସିଂ, ତପନ ସିଂ, ପୂର୍ଣ୍ଣଚନ୍ଦ୍ର ସିଂ, ଭାରତୀ ସିଂ, ମଞ୍ଜୁଲତା ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶାର ବିଭିନ୍ନ ସମ୍ପ୍ରଦାୟର ମୁଣ୍ଡା ସମାଜର ପ୍ରତିନିଧିମାନେ ଯୋଗଦାନ କରିଥିଲେ ।