ଅକ୍ଟୋବର ୩୦ ସୁଦ୍ଧା ବିଜୁ ଛାତ୍ର ଜନତା ଦଳର ନୂତନ କ୍ୟାମ୍ପସ କମିଟି ଗଠନ

ଅକ୍ଟୋବର ମାସ ୩୦ ସୁଦ୍ଧା ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ କମିଟି ଗଠନ କରିବାକୁ ନିର୍ଦ୍ଦେଶ।

ବିଜୁ ଛାତ୍ର ଜନତା ଦଳର ଭର୍ଚୁଆଲ ବୈଠକ

ଭୁବନେଶ୍ବର, ୧୦.୧୦.୨୦୨୩: ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ତ୍ଵାବଧାନରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସମସ୍ତ ଜିଲ୍ଲା ସଭାପତିମାନଙ୍କ ,ଜୋନ ସଭାପତି ଏବଂ ରାଜ୍ୟ କର୍ମକର୍ତ୍ତାଙ୍କ ସହ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକକୁ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ- ଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତରାୟ ଏବଂ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଛି।

ଏହି ବୈଠକରେ ସମସ୍ତ କର୍ମକର୍ତ୍ତାମାନଙ୍କୁ କଲେଜରେ ନୂତନ କ୍ୟାମ୍ପସ କମିଟି ଗଠନ ସମ୍ଭଦୀୟ ଖସଡ଼ା ବିଷୟରେ ଅବଗତ କରାଯିବା ସହିତ ଆଗମୀ ଏକ ମାସ ମଧ୍ୟରେ ନୂତନ କ୍ୟାମ୍ପସ କମିଟି ଗଠନ କରିବା କୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଗତବର୍ଷ କ୍ୟାମ୍ପସ କମିଟି ଯେଉ ଲକ୍ଷ ଓ ଆଭିମୁଖ୍ୟ ନେଇ ଗଠନ କରଯାଇଥିଲା ନିଶ୍ଚିତ ତାହା ସଫଳତାର ଶୀର୍ଷରେ ପହଞ୍ଚିଛି। ଏହି କ୍ୟାମ୍ପସ କମିଟି ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ସମସ୍ୟାକୁ ରାଜ୍ୟ ସରକାରଙ୍କ ସହ ସମନୟ ରକ୍ଷା କରି ସମାଧାନ କରାଯାଇଥିଲା । ଏଣୁ ଆଗାମୀ ଅକ୍ଟୋବର ୩୦ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ କଲେଜରେ ବିଜୁ ଛାତ୍ର ଜନତା ଦଳ ନୂତନ କ୍ୟାମ୍ପସ କମିଟି ଗଠନ କରିବା ସହ ତୃଣମୂଳସ୍ତରରୁ ଛାତ୍ର ସଂଗଠନକୁ କ୍ରିୟାଶୀଳ କରି କଲେଜ କ୍ୟାମ୍ପସରେ କିପରି ଅଧିକ ସଂଗଠିତ କରିହେବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଶକ୍ତ ଓଡ଼ିଶା ଗଠନ ଆହ୍ବାନକୁ ସଫଳ କରିବା ଦିଗରେ ଆଜିର ଛାତ୍ର ସମାଜ ପ୍ରତିଜ୍ଞାବଦ୍ଧ ।