ଚାଷୀଙ୍କଠାରୁ ଟଙ୍କା ଆଦାୟ କରି କନଷ୍ଟେବଳ ନିଲମ୍ବିତ

କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଷୀଙ୍କଠାରୁ ଟଙ୍କା ଆଦାୟ କରି ଜଣେ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି।

ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ

କେନ୍ଦ୍ରାପଡ଼ା,୧୧/୧୦: କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଷୀଙ୍କଠାରୁ ଟଙ୍କା ଆଦାୟ କରି କନଷ୍ଟେବଳ ନିଲମ୍ବିତ। ପଟ୍ଟାମୁଣ୍ଡାଇ ଥାନାର ଜଣେ ପୁଲିସ କନେଷ୍ଟବଳଙ୍କୁ ଡ୍ୟୁଟିରୁ ନିଲମ୍ବିତ କରାଯାଇଛି। କନିପାଳ ଗ୍ରାମରେ ଚାଷୀଙ୍କଠାରୁ ଟଙ୍କା ନେଉଥିବାର ଭିଡିଓ ଭାଇରାଲ ହେବା ପରେ କନଷ୍ଟେବଳ ରାଜକିଶୋର ବାରିକଙ୍କ ବିରୋଧରେ ଜିଲ୍ଲା ଏସପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅଭିଯୁକ୍ତ କନଷ୍ଟେବଳ କିଛି ଚାଷୀଙ୍କୁ ନୋଟିସ୍ ଦେବା ବେଳେ ଟଙ୍କା ମାଗୁଥିବା ଦେଖିବାକୁ ମିଳିଥିଲା।

ନୋଟିସ୍ ଦେବା ବେଳେ ସେ ପ୍ରତ୍ୟେକ ଚାଷୀଙ୍କଠାରୁ ୧୦୦ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। ଏଥିରେ ଉତ୍ତ୍ୟକ୍ତ ହୋଇ ଚାଷୀମାନେ ତାଙ୍କ ବାଇକ୍ କୁ ଅଟକ ରଖି ବିରୋଧ କରିଥିବା ଜଣାପଡ଼ିଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।