୧୦,୦୦୦ ଲିଟର ଦେଶୀ ମଦ ନଷ୍ଟ କଲା ଅବକାରୀ ବିଭାଗ

୧୦,୦୦୦ ଲିଟର ପୋଚ ଓ ମଦ ନଷ୍ଟ କଲା ଅବକାରୀ ବିଭାଗ

୧୫ ଗିରଫ

ଭୁବନେଶ୍ବର,୨୦.୧୦.୨୦୨୩: ଭୁବନେଶ୍ୱର ସାଲିଆ ସାହି ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ପ୍ରାୟ ୧୦ ହଜାର ଲିଟର ପୋଚ ଓ ଦେଶୀ ମଦ ଜବତ କରି ନଷ୍ଟ କରିଛି।

ଏହି ଘଟଣାରେ ଅବକାରୀ ବିଭାଗ ମହିଳାଙ୍କ ସମେତ ୧୫ ଜଣଙ୍କୁ ଗିରଫ କରିଛି।

ଗତ କିଛି ଦିନ ହେବ ସାଲିଆ ସାହି ଅଞ୍ଚଳର କିଛି ଲୋକ ବେଆଇନ ଦେଶୀ ମଦ ତିଆରି କରି ବିକ୍ରି କରୁଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରି ଆସୁଛନ୍ତି। ଏହା କେବଳ ଅଞ୍ଚଳକୁ ପ୍ରଦୂଷିତ କରିନଥିଲା ବରଂ ଅସାମାଜିକ ତତ୍ତ୍ୱଙ୍କ ହବ୍ ପାଲଟିଥିଲା। ଅଭିଯୋଗକୁ ଭିତ୍ତି କରି ଭୁବନେଶ୍ୱର ଓ କଟକ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ଦେଶୀ ମଦ ପ୍ରସ୍ତୁତ କରୁଥିବା ସ୍ଥାନକୁ ନଷ୍ଟ କରିବା ସହ ଜବତ ମଦ ଓ ଗୁଡ଼କୁ ନିଷ୍କାସିତ କରିଥିଲେ।