ବିଶ୍ୱ ହିନ୍ଦୁ ପରିଷଦର ସାମୁହିକ ଚିନ୍ତନ ବୈଠକ

ଅହଲ୍ୟା ନିବାସରେ ବିଶ୍ୱ ହିନ୍ଦୁ ପରିଷଦର ସାମୁହିକ ଚିନ୍ତନ ବୈଠକ ଅନୁଷ୍ଠିତ ହୋଇ ଯାଇଛି।

ଅହଲ୍ୟା ନିବାସରେ ଅନୁଷ୍ଠିତ

କଟକ: ଓଡିଶା ପୂର୍ବ ପ୍ରାନ୍ତ ବିଶ୍ବ ହିନ୍ଦୁ ପରିଷଦ ଧର୍ମ ପ୍ରସାର ବିଭାଗ ସଂଯୋଜନାରେ କଟକ ସହରର ସମସ୍ତ ମୁଖ୍ୟ ମନ୍ଦିର ମାନଙ୍କର ସମ୍ମାନୀୟ ପୂଜକ ,ପୂଜ୍ଯ ଆଚାର୍ଯ୍ୟ,ତଥା ପ୍ରତିଷ୍ଠିତ ବରେଣ୍ଯ ପଣ୍ତିତ ମାନଙ୍କର ସାମୁହିକ ଚିନ୍ତନ ବୈଠକ ସ୍ଥାନୀୟ କଲେଜ ଛକ ବିଶ୍ଵ ହିନ୍ଦୁ ପରିଷଦ କାର୍ଯ୍ୟାଳୟ ପରିସରର ଅହଲ୍ଯା ନିବାସରେ ଅନୁଷ୍ଠିତ ହୋଇଯାଇଅଛି।
ବୈଠକରେ ଅଧିକରୁ ଅଧିକ ବେଦପାଠୀ ବ୍ରାହ୍ମଣ ବାଳକ ମାନଙ୍କୁ ତୟାର କରିବା,ହିନ୍ଦୁ ସମାଜରେ ସମସ୍ତ ଜାତିର ଚୟନିତ କିଛି ଲୋକଙ୍କୁ ପୂଜାପାଠ ଶିକ୍ଷା ଦେବା ପାଇଁ ବର୍ଷର ଅପର ପକ୍ଷରେ ପ୍ରଶିକ୍ଷଣ ବର୍ଗର ଆୟୋଜନ କରିବା,ଗରୀବ ବ୍ରାହ୍ମଣ ବାଳକ ମାନଙ୍କର ସାମୁହିକ ବ୍ରତୋପୟନ କରାଇବା, ନିର୍ଧନ ହିନ୍ଦୁ କନ୍ଯା ମାନଙ୍କର ବିବାହ କରାଇବା ଇତ୍ୟାଦି ବିଷୟ ଉପରେ ଗମ୍ଭୀରତା ପୂର୍ବକ ଚିନ୍ତା ଓ ଚର୍ଚ୍ଚା ହୋଇଥିଲା। ଏହି ବୈଠକରେ ବିଶ୍ଵ ହିନ୍ଦୁ ପରିଷଦର କେନ୍ଦ୍ରୀୟ ସଂପାଦକ ତଥା ଅଖିଳ ଭାରତୀୟ ଧର୍ମ ପ୍ରସାର ପ୍ରମୁଖ ଶ୍ରୀ ସୁଧାଂଶୁ ମୋହନ ପଟ୍ଟନାୟକ ଏବଂ ସହ ପ୍ରମୁଖ ପଣ୍ଡିତ ଶ୍ରୀ ଅଚ୍ୟୁତାନନ୍ଦ କର ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ, ପ୍ରାନ୍ତ ଧର୍ମ ପ୍ରସାର ବିଭାଗର ପ୍ରମୁଖ ଶ୍ରୀ ସୁଧିର ପ୍ରସାଦ ନନ୍ଦ ବ୍ଯବସ୍ଥା ତଥା ସଂଚାଳନ କରିଥିଲେ ।