ଇନଷ୍ଟିଚ୍ୟୁସନ ଅଫ ଇଞ୍ଜିନିୟରସ୍, ଓଡ଼ିଶା ଶାଖାର ୬୫ତମ ସାଧାରଣ ବୈଠକ

ଇନଷ୍ଟିଚ୍ୟୁସନ ଅଫ ଇଞ୍ଜିନିୟରସ୍, ଓଡ଼ିଶା ଶାଖାର ୬୫ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଇଞ୍ଜିନିୟରଙ୍କ ଏନ୍ତୁଡିଶାଳ ଇନଷ୍ଟିଚ୍ୟୁସନ ଅଫ ଇଞ୍ଜିନିୟରସ୍

ଭୁବନେଶ୍ବର, ୦୧.୧୧: ଇଞ୍ଜିନିୟରମାନଙ୍କ ଏନ୍ତୁଡିଶାଳ ଇନଷ୍ଟିଚ୍ୟୁସନ ଅଫ ଇଞ୍ଜିନିୟରସ୍। ଏହିଠାରୁ ସୃଷ୍ଟି ହୋଇଛନ୍ତି ରାଜ୍ୟ ଓ ଦେଶର ଅନେକ ମାନ୍ୟଗଣ୍ୟ ଇଞ୍ଜିନିୟର। ୬୫ ବର୍ଷ ଧରି ଏହି ଅନୁଷ୍ଠାନରୁ ହିଁ ତିଆରି ହେଉଛନ୍ତି ଶହ ଶହ ଇଞ୍ଜିନିୟର। ଏହାରି ଭିତରେ ଇନଷ୍ଟିଚ୍ୟୁସନ ଅଫ ଇଞ୍ଜିନିୟରସ୍, ଓଡିଶା ଶାଖାର ୬୫ତମ ବାର୍ଷିକ ସାଧାରଣ ବୈଠକ, ଏହାର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଫେସର (ଡ଼ଃ) ସୁଧାଂଶୁ ଶେଖର ଦାସ ଅଧ୍ୟକ୍ଷ ଭାବେ ଏବଂ ଇଂ ସଂଗ୍ରାମ କେଶରୀ ପଟ୍ଟନାୟକ ସମ୍ମାନଜନକ ସମ୍ପାଦକ ଭାବେ ନିର୍ବାଚିତ ହୋଇ ଆସନ୍ତା ୨ ବର୍ଷ (୨୦୨୩-୨୫) ପାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏତଦ୍ ବ୍ୟତୀତ ୧୫ଟି ଇଞ୍ଜିନିୟରିଂ ବିଭାଗର ୧୮ ଜଣ ସଦସ୍ୟ ମଧ୍ୟ ନିର୍ବାଚିତ ହୋଇ ଦାୟିତ୍ବ ଗ୍ରହଣ କରିଥିଲେ।

ଇନଷ୍ଟିଚ୍ୟୁସନ ଅଫ୍ ଇଂଜିନିୟରସ, (ଇଣ୍ଡିଆ) ପୂର୍ବତନ ସଭାପତି ଇଂ ଅଶୋକ କୁମାର ବାସା ଓ ଡ଼ଃ ଶିବ ଚରଣ ନାୟକ, କାଉନସିଲ ସଭ୍ୟ ଡ଼ଃ ନୂତନ କୁମାର ଦାଶ ଓ ଡ଼ଃ ଆର.ଭିମା ରାଓ, ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡ଼ଃ ପ୍ରଭାତ କୁମାର ପାଢୀ ତଥା ଶତାଧିକ ସଦସ୍ୟ ଏହି ସଭାରେ ଉପସ୍ଥିତ ଥିଲେ। ବିଦାୟୀ ଅଧ୍ୟକ୍ଷ ଡ଼ଃ ଭାଗ୍ୟଧର ଭୋଇ ଓ ସମ୍ମାନଜନକ ସମ୍ପାଦକ ଇଂ ରବୀନ୍ଦ୍ର ନାଥ ଦଳାଇ ଦାୟିତ୍ୱ ହସ୍ତାନ୍ତର କରି ନୂତନ କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।