ଘରେ ପଶି ଛୁରା ମାଡ଼ କଲେ ଅଜଣା ଦୁର୍ବୃତ୍ତ

ଘରେ ପଶି କିଛି ଅଜଣା ଦୃର୍ବର୍ତ୍ତ ଜଣେ ନାବାଳକକୁ ଛୁରା ମାଡ଼ କରିବାରୁ ମୃତ୍ୟୁ ହୋଇଛି।

ନାବାଳକ ମୃତ

ଜଟଣୀ, ୦୨.୧୧: ଘରେ ପଶି ଛୁରା ମାଡ଼ କଲେ ଅଜଣା ଦୃବୁତ ନାବାଳକ ଛାତ୍ର ମୃତ। ନାବାଳକ ଛାତ୍ର ବେଣାପଞ୍ଜୁରୀ ଗାଁର ମୋନଜ ପାଲଟା ସିଂହ ପୁଅ ଶୁଭମ ପାଲଟା ସିଂହ। ହତ୍ୟାର କାରଣ ଜଣାପଡିନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଛୁରୀ ମାଡ଼ ହୋଇଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି।। ପୋଲିସ ଘଟଣା ସ୍ଥଳରେ ପହଁଛି ଛାନଭିନ୍ନ ଆରମ୍ଭ କରିଛି।

ସୂଚନା ଯୋଗ୍ୟ, ବୁଧବାର ସନ୍ଧ୍ୟା ପ୍ରାୟ ଛଅଟା ବେଳେ ଶୁଭମ ଘରେ ପଢ଼ୁଥିବା ବେଳେ ପରିବାର ସଦସ୍ୟ ଉପର ଘରେ ପିଲାମାନଙ୍କୁ ଟ୍ୟୁସନ କରୁଥିଲେ। ଏହି ସମୟରେ ଜଣେ ଅଜଣା ବ୍ୟକ୍ତି ଘର କବାଟ ବାଡେଇବାରୁ ଶୁଭମ ଘର କବାଟ ଖୋଲିଥିଲେ। ଏହି ସମୟ ରେ ହଠାତ ଦୁର୍ବୃତ୍ତ ଜଣକ ଜବରଦସ୍ତ ଘରେ ପଶି ଏକ ଛୁରୀରେ ନାବାଳକ ଛାତି ଓ ବେକକୁ ଛୁରୀମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଶୁଭମ ଚିତ୍କାର କରିବାରୁ ତାଙ୍କ ମା ଆସି ପୁଅ ରକ୍ତାକ୍ତ ଅବସ୍ଥାରେ ତଳେ ପଡି ଚିତ୍କାର କରୁଥିବା ଦେଖିଥିଲେ। ପରିବାର ଲୋକେ ପୁଅକୁ ଗୁରୁତର ଅବସ୍ଥାରେ ଘଟଣା ସ୍ଥଳରୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ବେଣାପଞ୍ଜୁରୀ ଗ୍ରାମ ରେ ପଶି ଛାନ୍ନଭିନ୍ନ ଆରମ୍ଭ କରିଛି। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣା ପଡିଛି।