ଲାଞ୍ଚ ନେଇ ଧରା ପଡ଼ିଲେ ଜିଆରଏସ

ଲାଞ୍ଚ ନେବା ବେଳେ ଜିଆରଏସଙ୍କୁ ଭିଜିଲାନ୍ସ ଧରିଛି।

ଲାଞ୍ଚ ଟଙ୍କା ଜବତ କଲା ଭିଜିଲାନ୍ସ

ଭୁବନେଶ୍ୱର,୦୯/୧୧/୨୩: ଲାଞ୍ଚ ନେଇ ଧରା ପଡ଼ିଲେ ଜିଆରଏସ। ଜଣେ ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରିଲା ଭିଜିଲାନ୍ସ। ଏଭଳି ଏକ ଘଟଣା ସାମନାକୁ ଆସିଛି ଯାଜପୁର ଜିଲ୍ଲାରୁ। ଜିଲ୍ଲାର କୋରେଇ ବ୍ଲକ ମୁଲାପାଳ ଗ୍ରାମ ପଞ୍ଚାୟତ ଗୋଲେଇପୁରରୁ ଜଣେ ଅଭିଯୋଗକାରୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିବା ଓ ନେଉଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଜିଆରଏସ୍ ଦିଲୀପ କୁମାର ଦିକ୍ଷିତଙ୍କୁ ଗିରଫ କରାଯାଇଛି।

କୌଣସି ଏକ ଯୋଜନାରେ ହିତାଧିକାରୀଙ୍କ ନାମରେ ଥିବା ଘରର ଫଟୋ ପୋଷ୍ଟ କରିବା ପାଇଁ ଦିକ୍ଷିତ ଅଭିଯୋଗକାରୀଙ୍କଠାରୁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୁକ୍ତ ଦିକ୍ଷିତଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଅଭିଯୁକ୍ତଙ୍କ ଗିରଫ ପରେ ଯାଜପୁର ଜିଲ୍ଲାରେ ଅଭିଯୁକ୍ତଙ୍କ ଘରେ ଚଢ଼ାଉ ଜାରି ରହିଛି।