ବାଣ ଫୁଟାଇବା ପାଇଁ ଗାଇଡଲାଇନ ଜାରି

କଟକ ଓ ଭୁବନେଶ୍ୱରରେ ବାଣ ଫୁଟାଇବା ପାଇଁ ଗାଇଡଲାଇନ ଜାରି କରାଯାଇଛି।

ଟ୍ୱିନ ସିଟିରେ ଲାଗୁ ନିୟମ

ଭୁବନେଶ୍ୱର, ୧୦/୧୧/୨୩: କଟକ ଓ ଭୁବନେଶ୍ୱର ଟ୍ୱିନ୍ ସିଟିରେ ବାଣ ଫୁଟାଇବା ପାଇଁ ଜାରି ହୋଇଛି ଗାଇଡଲାଇନ। ରାତି ୧୦ଟା ପରେ ବାଣ ଫୁଟାଇବାକୁ ଅନୁମତି ଦିଆଯିବ ନାହିଁ ବୋଲି କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କମିସନରେଟ୍ ପୁଲିସ ଜନ ସାଧାରଣଙ୍କୁ କେବଳ ସବୁଜ ବାଣ ଫୁଟାଇବାକୁ ଅନୁରୋଧ କରିଛି। ବାଣର ଶବ୍ଦ ୧୨୫ ଡେସିବେଲରୁ କମ୍ ହେବା ଦରକାର, ନଚେତ୍ ଏଭଳି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବାଣ ଫୁଟାଇବା ନେଇ ଜାରି ହୋଇଥିବା ଗାଇଡଲାଇନକୁ କାର୍ଯ୍ୟକାରୀ କରିବା ପାଇଁ ଏକ ଟିମ୍ ଗଠନ କରାଯାଇଛି ବୋଲି କମିସନରେଟ୍ ପୁଲିସ ସୂଚନା ଦେଇଛି।