5T ଅଧ୍ୟକ୍ଷଙ୍କୁ ଭେଟିଲେ ଓଡିଶା ମନ୍ଦିର ସେବାୟତ ସଂଘ

ମୁଖ୍ୟମନ୍ତ୍ରୀଙ୍କ ମନ୍ଦିର ଓ ଐତିହ୍ୟ ସ୍ଥଳ ରୂପାନ୍ତର କାମ ପାଇଁ ୫-ଟି ଅଧ୍ୟକ୍ଷଙ୍କୁ ଭେଟି ଧନ୍ୟବାଦ ଜଣାଇଲା ଓଡିଶା ମନ୍ଦିର ସେବାୟତ ସଂଘ।

ହଜାର ବର୍ଷ ପୁରୁଣା ମଠ ମନ୍ଦିର ହେବ ରୂପାନ୍ତରୀକରଣ

ଭୁବନେଶ୍ବର, ୨୫/୧୧/୨୩: ଓଡ଼ିଶା ମନ୍ଦିର ସେବାୟତ ସଙ୍ଘର ସଦସ୍ୟମାନେ 5T ଅଧ୍ୟକ୍ଷ ଶ୍ରୀ ଭିକେ ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟି ଥିଲେ। 5T ଉପକ୍ରମରେ ରାଜ୍ୟର ବିଭିନ୍ନ ମନ୍ଦିର ଓ ଐତିହ୍ୟ ସ୍ଥଳଗୁଡିକର ରୂପାନ୍ତର ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ତା ସହିତ ଗ୍ରାମାଞ୍ଚଳରେ ଥିବା ଛୋଟ ଛୋଟ ମନ୍ଦିରମାନଙ୍କୁ ‘ମୋ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ମାଧ୍ୟମରେ ଅର୍ଥରାଶି ମଞ୍ଜୁର କରି ଭାରତ ବର୍ଷରେ ନୂଆ ଏକ ପରିଚୟ ସୃଷ୍ଟି କରିଥିବାରୁ ଓଡ଼ିଶାର ସମସ୍ତ ସେବାୟତ ମାନଙ୍କ ତରଫରୁ ମଧ୍ୟ କୃତଜ୍ଞତା ପ୍ରକାଶ କରା ଯାଇଥିଲା।

ବିଭିନ୍ନ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ଶ୍ରୀ ପାଣ୍ଡିଆନ୍ ମନ୍ଦିର ଏବଂ ସେବାୟତମାନଙ୍କ ସୁବିଧା ଅସୁବିଧା ଦୂର ପାଇଁ ପଦକ୍ଷେପ ନେଇଥିବାରୁ ସେବାୟତମାନେ ତାଙ୍କୁ କୃତଜ୍ଞତା ଜଣାଇଥିଲେ। ହଜାର ହଜାର ବର୍ଷର ପୁରୁଣା ମଠ ମନ୍ଦିରଗୁଡିକର ବିକାଶ ଓ ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଐତିହାସିକ ପଦକ୍ଷେପ ନେଇଥିବାରୁ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଦେଇଥିଲେ।

ଏହି ଅବସରରେ 5-T ଅଧ୍ୟକ୍ଷ ଆଗାମୀ ଶ୍ରୀମନ୍ଦିର ପରିକ୍ରମା ଯୋଜନାର ଶୁଭ ଉଦଘାଟନ ଉତ୍ସବରେ ଓଡ଼ିଶା ମନ୍ଦିର ସେବାୟତ ସଂଘର ସମ୍ପୂର୍ଣ୍ଣ ସହଯୋଗ କାମନା ସହିତ ଏହି କାଯ୍ୟକ୍ରମକୁ କିପରି ଭବ୍ୟ କରାଯିବ ସେ ବିଷୟରେ ସେବାୟତ ମାନଙ୍କ ସହିତ ଆଲୋଚନା କରିଥିଲେ।

ଏହି ସାକ୍ଷାତକାର କାର୍ଯ୍ୟକ୍ରମରେ ଓଡ଼ିଶା ମନ୍ଦିର ସେବାୟତ ସଂଘର ସଭାପତି କାମେଶ୍ୱର୍ ତ୍ରିପାଠୀ (ବାରିପଦା ଜଗନ୍ନାଥ ମନ୍ଦିର), ସମ୍ପାଦକ ସିଂହାରୀ ଆଲୋକ ଖୁଣ୍ଟିଆ (ସାକ୍ଷୀଗୋପାଳ ମନ୍ଦିର), ସଂଯୋଜକ ଦେବୀ ପାଣି (ବିରଜା ମନ୍ଦିର), ସଚେତକ ସୁବାଷ ମିଶ୍ର (ସ୍ତି ଗୋପାଳ ମନ୍ଦିର) , ନିଳମଣି ସୂଆର (ଅଲାରନାଥ ମନ୍ଦିର), ଗଦା ନନା (ଆଖଣ୍ଡଳମଣି ମନ୍ଦିର), ପୂର୍ଣ୍ଣ୍ୟସ୍ଲୋକ ନନ୍ଦ (ନିଳଗିରି ଜଗନ୍ନାଥ ମନ୍ଦିର) ରଞ୍ଜିତ ମହାପାତ୍ର(ଶିରୁଳୀ ମହାବୀର ମନ୍ଦିର) ସୂର୍ଯ୍ୟ ନାରାୟଣ ପଣ୍ଡା (କାକଟପୂର୍ ମନ୍ଦିର) ବାପୁଜୀ ରଣା (ତାରା ତାରେଣି ମନ୍ଦିର)ରଞ୍ଜନ ପଣ୍ଡା (ମଣିନାଗ ମନ୍ଦିର) ମହାରୁଦ୍ର ଝା (ରାମମନ୍ଦିର)ସାଇ ରାମ୍ ଗାନ୍ଧି (ବେନୁ ପଡା ମଠ) ପ୍ରମୁଖ ସାମିଲ୍ ହୋଇଥିଲେ।