ମାଲକାନଗିରିରେ ସଡକ ଦୁର୍ଘଟଣା: ୫ ମୃତକଙ୍କ ପରିବାରବର୍ଗଙ୍କୁ ୩ ଲକ୍ଷ ଲେଖାଏଁ ସହାୟତା ଘୋଷଣା

ମାଲକାନଗିରିରେ ଏକ ସଡକ ଦୁର୍ଘଟଣାରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।

ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୫/୧୧/୨୩: ମାଲକାନଗିରି ଜିଲ୍ଲାରେ ଏକ ସିମେଣ୍ଟ ବୋଝେଇ ଟିପର ଖାଲକୁ ଖସି ପଡ଼ିବାରୁ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ପାଖାପାଖି ୧୦ ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ଗାଡ଼ିଟି ଚକ ଉପରେ ନିୟନ୍ତ୍ରଣ ହରାଇ ହନ୍ତଲାଗୁଡା ଘାଟିକୁ ଖସି ପଡ଼ିବାରୁ ଏହି ଦୁଃଖଦ ଘଟଣା ଘଟିଥିଲା। ଦୁର୍ଘଟଣାରେ ୭ ଜଣ ଗୁରୁତର ଆହତ ହୋଇଥିଲେ।

ଏହି ଦୁର୍ଘଟଣାରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ପଟ୍ଟନାୟକ ମୃତ ଶ୍ରମିକଙ୍କ ପରିବାରବର୍ଗଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏତଦବ୍ୟତୀତ ଦୁର୍ଘଟଣାରେ ଆହତ ୭ ଜଣଙ୍କ ମାଗଣା ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।