ବିଭାବନାର ୩୬ ତମ ବାର୍ଷିକ ଉତ୍ସବ

ବିଭାବନାର ୩୬ ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି।

ବହୁ ଆଡମ୍ବରରେ ପାଳନ

ଭୁବନେଶ୍ୱର 25.11.2023: ଗୋଦାବରୀଶ ସାହିତ୍ୟ ସଂସଦ ପ୍ରେକ୍ଷାଳୟଠାରେ ଢେଙ୍କାନାଳର କଵି ତଥା ବିଭାବନାର ପ୍ରତିଷ୍ଠାତା ରେଣୁଵାଳା ନନ୍ଦଙ୍କର 11ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ଯଥାରୀତି ପାଳନ ହେବା ସହ ବିଭାବନାର 36 ତମ ବାର୍ଷିକଉତ୍ସବ ବହୁଆନ୍ଦନରେ ପାଳନ କରା ଯାଇଥିଲା। ଏହି ଅବସରରେ ଏକ ମନୋଜ୍ଞ କବିତା ପାଠ ଉତ୍ସବ ରେ କଵି ସୁଭ୍ରା ନନ୍ଦ ଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା। କବିତା ଗୁଡିକୁ କଵି ନିବେଦିତା ରଥ କଵି ଚମକ ଚାନ୍ଦିନୀ ଦାସ ,ସନ୍ଧ୍ୟାରାଣୀ ପୃଷ୍ଟି ପ୍ରଭୁତି ସଂଯୋଜନା କରିଥିଲେ। ସନ୍ଧ୍ୟା ଅଧିବେଶନ ଅବସରରେ ମୁଖ୍ୟ ଅତିଥି ଭାବରେ ଡାକ୍ତର ଅଶୋକ ମହାପାତ୍ର, ଶ୍ରୀ ଶରତଚନ୍ଦ୍ର ଆଚାର୍ଯ୍ୟ ସଦସ୍ୟ ଓଡ଼ିଆ ସାହିତ୍ୟ ଏକାଡେମୀ ନୟାଗଡ, ନାଟ୍ୟକାର ସତ୍ୟ ଜେନା , ଇଂ ଗୌରଚନ୍ଦ୍ର ମହାପାତ୍ର,ରେଣୁବାଳା ସଂସଦ ର ସଭା ନେତ୍ରୀ ଶ୍ରୀମତୀ ସଂଯୁକ୍ତା ମିଶ୍ର ପ୍ରଭୁତି ଥିଲା ବେଳେ ସଭାମୁଖ୍ୟ ଭାବରେ ସୁଚେତା ରାଉତ ଯୋଗଦାନ କରିଥିଲେ। ପଣ୍ଡିତ ମନୋରଞ୍ଜନ ନନ୍ଦଙ୍କ ର ମାନସ ସନ୍ତାନ” ସୃଷ୍ଟି ଓ ସ୍ରଷ୍ଟା”, କଵି ସଂଯୁକ୍ତା ମିଶ୍ରଙ୍କ ର “ଭାବାନ୍ତର” କୁ ଅତିଥି ମାନେ ଲୋକାର୍ପଣ କରିଥିଲେ ଏବଂ କବି ରେଣୁବାଳାନନ୍ଦ ଜଣେ ସର୍ବଗୁଣା ସଂପର୍ଣ୍ଣା ମହିଳା ଥିଲେ ବୋଲି ବକ୍ତବ୍ୟ ରଖିଥିଲେ. ସାଂପ୍ରତିକ ଓଡିଶା ସାହିତ୍ୟ ରେ ଯୁବ ସମାଜର ଭୂମିକା ଉପରେ ଅତିଥି ମାନେ ଆଲୋଚନା କରିଥିଲେ । ରେଣୁବାଳା ସ୍ମୃତି ସମ୍ମାନ -ଶ୍ରୀମତୀ ଅରୁଣା ସାମନ୍ତରାୟ ଓ ଶୈଳବାଳା ସ୍ମୃତି ସମ୍ମାନ – ଶ୍ରୀ ବ୍ରଜବନ୍ଧୁ ପରିଡ଼ା ପାଇଥିବା ବେଳେ ବିଭିନ୍ନ ବିଭାଗରେ ବିଭାବନା ସାରସ୍ୱତ ସମ୍ମାନ ତଥା ଶ୍ରୀମତି କାନନବାଳା ପଟ୍ଟନାୟକଙ୍କୁ “ଅନୁବାଦ ସାହିତ୍ୟ” ରେ, ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଙ୍କୁ “ନାଟ୍ୟକାର” ଭାବରେ, ଶ୍ରୀ ଦେବଦତ୍ତ ରଥଙ୍କୁ “ପ୍ରବନ୍ଧ”ରେ, ଶ୍ରୀ ଦିଲ୍ଲୀପ ବେହେରାଙ୍କୁ “ଗଳ୍ପ”ରେ, ଶ୍ରୀମତୀ ପୁଷ୍ପଲତା ଜେନା ଙ୍କୁ ” କବିତା” ସହିତ ଶ୍ରୀ ସଞ୍ଜୟ କୁମାର ଚୌଧୁରୀ ଙ୍କୁ “ସମ୍ପାଦକ ” ଭାବରେ ପୁଷ୍ପଗୁଚ୍ଛ ଉପଢୌକନ ପ୍ରଭୁତି ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା। ଏହି ସଭା କାର୍ଯ୍ୟ ରେ ଅନ୍ୟ ମାନଙ୍କ ଭିତରେ ମୁକୁନ୍ଦ ଶତପଥୀ , ପୁର୍ଣ୍ୟ ପ୍ରଦୀପ ମିଶ୍ର , ଭୀମସେନ ମିଶ୍ର, ସୁଷମା ଦାଶ, ଦୀପକ କୁମାର ନାୟକ, ଡ ଅଞ୍ଜଳି ତ୍ରିପାଠୀ , ପ୍ରଭାତି ଜେନା , ସ୍ନେହଲତା ଦାସ ଲେଙ୍କା ଙ୍କ ସହ ୬୦ ଜଣ କବି କବିତା ପାଠ କରିଥିଲେ । ଶେଷରେ ବିଭାବନା ର ସମ୍ପାଦକ ଇଂ ମାନସ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।