ଉତ୍ତରାଖଣ୍ଡ ଟନେଲ ଉଦ୍ଧାର ପରେ ଆଶ୍ୱସ୍ତିର ନିଶ୍ୱାସ ନେଲେ ମୁଖ୍ୟମନ୍ତ୍ରୀ

ଉତ୍ତରାଖଣ୍ଡ ଟନେଲ ଉଦ୍ଧାର ପରେ ଉଦ୍ଧାରକାରୀ ଦଳକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଲେ।

ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଇଲେ

ଭୁବନେଶ୍ବର, ୨୮/୧୧/୨୩: ଶ୍ରମିକଙ୍କ ସଫଳ ଉଦ୍ଧାର କାର୍ଯ୍ୟ ର ଖବର ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶ୍ୱସ୍ତିର ନିଶ୍ୱାସ ନେବା ସହ ଅନେକ ଦିନ ଧରି ଏହି ଅପରେସନରେ ନିୟୋଜିତ ଥିବା ବିଭିନ୍ନ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସଫଳ ଉଦ୍ଧାର କାର୍ଯ୍ୟ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ଆମ କର୍ମଚାରୀମାନେ ସୁରକ୍ଷିତ ଭାବେ ଘରକୁ ଫେରିଥିବାରୁ ମୁଁ ବହୁତ ଖୁସି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ମଧ୍ୟରୁ ୫ ଜଣ ଓଡ଼ିଶାର। ରାଜ୍ୟ ସରକାର ଏକ ଟିମ୍ ଓ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ସିଲ୍କିୟାରା ଟନେଲର ଉଦ୍ଧାର ସ୍ଥଳକୁ ପଠାଇଛନ୍ତି।

ସଫଳ ଉଦ୍ଧାର କାର୍ଯ୍ୟ ପାଇଁ ଉତ୍ତରାଖଣ୍ଡ ସରକାର ଏନଡିଆରଏଫ ଓ ପ୍ରତିରକ୍ଷା ଦଳକୁ ଧନ୍ୟବାଦ ଜଣାଇବା ସହ ଏହା ପ୍ରମାଣ ିତ କରୁଛି ଯେ ଭାରତ ନିଜ ନାଗରିକଙ୍କ ଜୀବନ ବଞ୍ଚାଇବା ପାଇଁ ସବୁକିଛି କରିପାରିବ ।