ବାବୁଶାନ୍-ପ୍ରକୃତିଙ୍କୁ କମିଶନରେଟ୍ ପୋଲିସର ନୋଟିସ୍

ଭୁବନେଶ୍ୱର: ରାଜରାସ୍ତାରେ ଷ୍ଟାର କଳି ଘଟଣାରେ ଆକ୍ସନ ।  ବାବୁସାନ ଓ ପ୍ରକୃତିଙ୍କୁ ପୋଲିସର ନୋଟିସ । ଫୋନ ଯୋଗେ ଉଭୟଙ୍କୁ ନୋଟିସ କଲା କମିସନରେଟ ପୋଲିସ । ଥାନାରେ ହାଜର ହୋଇ ପକ୍ଷ ରଖିବାକୁ ଉଭୟଙ୍କୁ ଅବଗତ କରିଛି ପୋଲିସ । ସେପଟେ ମନ୍ମଥ ମିଶ୍ରଙ୍କ ଅଭିଯୋଗ ପରେ ଲଳିତ ଶତପଥୀଙ୍କୁ ନୋଟିସ କରିଥିଲା ପୋଲିସ । ଆଉ ଏବେ ଲଳିତଙ୍କୁ ପଚରାଉଚରା କରିଛି ଖାରବେଳ ନଗର ଥାନା ପୋଲିସ ।

ସୂଚନାଯୋଗ୍ୟ ଯେ, ଶନିବାର ସକାଳ ସମୟରେ ପ୍ରକୃତିଙ୍କ ସହ ବାବୁଶାନ ଗାଡ଼ିରେ ଯିବା ବେଳେ ମାଡ଼ ମାରିଲେ ପତ୍ନୀ।  ପ୍ରକୃତି ତାଙ୍କ ପରିବାରକୁ ନଷ୍ଟ କରୁଥିବା କହି ପ୍ରକୃତିଙ୍କ ଚୁଟି ଟଣା ଓଟରା କରି ମାରିଥିଲେ। ବାବୁଶାନଙ୍କ ସହ ସଂପର୍କ ଖରାପ ପାଇଁ ପ୍ରକୃତି ଦାୟୀ ବୋଲି କହିଥିଲେ।  ରାସ୍ତା ମଝିରେ  ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲେ ପତ୍ନୀ। ବାବୁଶାନ୍ ପ୍ରତିବାଦ କରିଥିବାରୁ, କାର୍ ରୁ ଟାଣି ଆଣି ତାଙ୍କୁ ବି ମାଡ଼ ମାରିଥିଲେ ପତ୍ନୀ।