ସମ୍ବଲପୁରରେ ଯକ୍ଷ୍ମା ରୋଗୀଙ୍କ ପାଇଁ ପୋଷଣ ସହାୟତା ଏବଂ ସୌର ଷ୍ଟ୍ରିଟଲାଇଟ୍ ପାଇଁ ଏମସିଏଲ୍‌ର ଏମଓୟୁ ସ୍ୱାକ୍ଷର

ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସାର୍ବଜନୀନ ସ୍ଥାନଗୁଡ଼ିକୁ ଅଧିକ ସୁଗମ କରିବା ଉଦ୍ଦେଶ୍ୟ

ସମ୍ବଲପୁର, ୨୯/୧୦: ‘ନି-କ୍ଷୟ ମିତ୍ର’ ଭାବରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍, ଜିଲ୍ଲା ପ୍ରଶାସନର ସହଯୋଗରେ ସମ୍ବଲପୁର ଜିଲ୍ଲାର ୧,୧୦୦ ଜଣ ଯକ୍ଷ୍ମା (TB) ରୋଗୀଙ୍କୁ ଗୋଟିଏ ବର୍ଷ ପାଇଁ ପୋଷଣ ସହାୟତା ଯୋଗାଇଦେବ। ରୋଗୀଙ୍କ ପୋଷକ ତତ୍ତ୍ୱ ଆବଶ୍ୟକତା ପୂରଣ କରିବା ଏବଂ ସେମାନଙ୍କ ଆରୋଗ୍ୟରେ ସାହାଯ୍ୟ କରିବା ପାଇଁ ଏମସିଏଲ୍‌ ନିଜର କର୍ପୋରେଟ୍ ସାମାଜିକ ଉତ୍ତରଦାୟିତ୍ୱ (CSR) ପଦକ୍ଷେପ ଅଧୀନରେ ପୋଷକ ଖାଦ୍ୟ ବାସ୍କେଟ୍ ବଣ୍ଟନ ପାଇଁ ₹୧.୨୩ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବ।

ଏହି କାର୍ଯ୍ୟ ନିମନ୍ତେ ଏମସିଏଲ୍‌ର ମହାପ୍ରବନ୍ଧକ (ସିଏସ୍‌ଆର୍) ଶ୍ରୀ ଜ୍ୟୋତିର୍ମୟ ସିହ୍ନା ଏବଂ ସମ୍ବଲପୁରର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ଭା.ପ୍ର.ସେ ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷର କରିଛନ୍ତି। ରୋଗୀଙ୍କୁ ପୋଷଣ ସହାୟତା ଯୋଗାଇଦେବା ଏବଂ ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟସେବାରେ ସୁଦୃଢ଼ତା ଆଣିବା ସହ ଦେଶରୁ ଯକ୍ଷ୍ମା ନିରାକରଣ କରିବା ଦିଗରେ ଏମସିଏଲ୍‌ର ପ୍ରତିବଦ୍ଧତାକୁ ଏହି ପଦକ୍ଷେପ ପ୍ରତିଫଳିତ କରୁଛି।

ଅନ୍ୟ ଏକ ସ୍ୱତନ୍ତ୍ର ଏମଓୟୁ ମାଧ୍ୟମରେ,ଏମସିଏଲ୍‌ ସମ୍ବଲପୁର ଜିଲ୍ଲାର ବାହାମ ଗ୍ରାମପଞ୍ଚାୟତର ୪ଟି ଗ୍ରାମ ଏବଂ ୨ଟି ହେମଲେଟରେ ୮୦ଟି ସୌର ଷ୍ଟ୍ରିଟଲାଇଟ୍ ଲଗାଇବା ପାଇଁ ₹୨୮.୧୬ ଲକ୍ଷ ଟଙ୍କା ପ୍ରଦାନ କରିବ। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଧାରଣ ଆଲୋକୀକରଣ ବ୍ୟବସ୍ଥାରେ ସୁଧାର ଆଣିବା, ସୁରକ୍ଷା ବୃଦ୍ଧି କରିବା ଏବଂ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସାର୍ବଜନୀନ ସ୍ଥାନଗୁଡ଼ିକୁ ଅଧିକ ସୁଗମ କରିବା।

ଏହିପରି ଗୋଷ୍ଠୀ-କେନ୍ଦ୍ରିକ ପଦକ୍ଷେପ ଗୁଡ଼ିକ ମାଧ୍ୟମରେ, ଏମସିଏଲ୍‌ ନିଜର କାର୍ଯ୍ୟକ୍ଷେତ୍ର ଅଞ୍ଚଳରେ ଅନ୍ତର୍ଭୁକ୍ତ ବିକାଶ, ସୁସ୍ଥିର ପ୍ରଗତି, ଅତ୍ୟାବଶ୍ୟକ ଭିତ୍ତିଭୂମିର ସୁଦୃଢ଼ୀକରଣ ଏବଂ ସ୍ଥାନୀୟ ଗୋଷ୍ଠୀର ସାମାଜିକ-ଅର୍ଥନୈତିକ ଉନ୍ନତି ପାଇଁ ନିଜର ପ୍ରତିବଦ୍ଧତାକୁ ନିରନ୍ତର ଆଗେଇ ନେଉଛି।