ସୁପ୍ରିମକୋର୍ଟଙ୍କ ରାୟକୁ ବିଜେଡିର ସମର୍ଥନ

ସୁପ୍ରିମକୋର୍ଟଙ୍କ ରାୟକୁ ବିଜେଡିର ରାଜ୍ୟସଭା ସାଂସଦ ଡ଼ଃ ସସ୍ମିତ ପାତ୍ର ସମର୍ଥନ ଜଣାଇଛନ୍ତି।

ରାଜ୍ୟସଭାରେ ଉପସ୍ଥାପନା ରଖିଲେ ସସ୍ମିତ ପାତ୍ର

ଭୁବନେଶ୍ବର, ୧୧/୧୨/୨୩: ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିର ଶୁଣାଣି କରି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ଥି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଧାରା ୩୭୦ ଉଚ୍ଛେଦକୁ ନ୍ୟାୟସଙ୍ଗତ ବୋଲି ରାୟ ଦେଇଥିଲେ।

ଏ ନେଇ ସଂସଦରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲକୁ ବିଜେଡି ସମର୍ଥନ କରିଛି ବୋଲି କହିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଡ଼ଃ ସସ୍ମିତ ପାତ୍ର। ରାଜ୍ୟସଭାରେ ସାଂସଦ ଡ଼ଃ ସସ୍ମିତ ପାତ୍ର ବିଜେଡି ତରଫରୁ ବକ୍ତବ୍ୟ ରଖିଥିଲେ ଏବଂ ଅତ୍ୟନ୍ତ ସାହସିକତାର ସହ ଯୁକ୍ତି ଉପସ୍ଥାପନ କରିଥିଲେ। ସସ୍ମିତ ତାଙ୍କ ଦଳର ଆଭିମୁଖ୍ୟ ଏବଂ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି।