ଆଜି ୪ ଘଣ୍ଟା ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

ଆଜି ୪ ଘଣ୍ଟା ପାଇଁ ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ।

ବନକଲାଗି ନୀତି ପାଇଁ ବନ୍ଦ ରହିବ

ପୁରୀ, ୨୦/୧୨/୨୩: ଆଜି ମାର୍ଗଶିର ଶୁକ୍ଳ ଅଷ୍ଟମୀ ତିଥିରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବନକଲାଗୀ ନୀତି ଅନୁଷ୍ଠିତ ହେବ।

ଦେବଦେବୀଙ୍କ ବନକଳାଗି ନୀତି ପାଇଁ ଦ୍ବିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ଆଜି ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ବନ୍ଦ ରହିବ। ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଏକ୍ସ ରେ ସୂଚନା ଦିଆଯାଇଛି।