କନ୍ଧମାଳ ଜିଲ୍ଲା ଗସ୍ତରେ ନବୀନ ଓଡ଼ିଶା ଅଧ୍ୟକ୍ଷ

ନୂଆ-ଓ ଫେଷ୍ଟରେ ଅଂଶଗ୍ରହଣ କରିବା ସହ କନ୍ଧମାଳର ସମସ୍ତ କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।

୯୧୫ କୋଟି ବ୍ୟୟ ପ୍ରକଳ୍ପର ସମୀକ୍ଷା କଲେ

ଭୁବନେଶ୍ଵର, ୨୨/୧୨/୨୩: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫ଟି ଓ ନବିନ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ. ଭି.କେ. ପାଣ୍ଡିଆନ କନ୍ଧମାଳ ଜିଲ୍ଲା ଗସ୍ତ କରି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କ ସହ ଆଲୋଚନା କରିଛନ୍ତି।

କନ୍ଧମାଳ ଫୁଲବାଣୀ ଷ୍ଟାଡିୟମରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ କନ୍ଧମାଳର ସମସ୍ତ କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ନୂଆ-ଓ କାର୍ଯ୍ୟକ୍ରମ କିପରି ଯୁବପିଢ଼ିଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ସୁଯୋଗ ପ୍ରଦାନ କରେ ଏବଂ ସେମାନଙ୍କ ଶିକ୍ଷାଗତ ସଫଳତା ବ୍ୟତୀତ ସାମଗ୍ରିକ ବ୍ୟକ୍ତିତ୍ବ ବିକାଶ ରେ ସହାୟକ ହୁଏ ସେ ବିଷୟରେ ସେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।

ଶ୍ରୀ ପାଣ୍ଡିଆନ୍ ଫୁଲବାଣୀରେ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଓ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲର ଅଗ୍ରଗତି ସମୀକ୍ଷା କରିଥିଲେ। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏଥିସହିତ ୨୬୦ କୋଟି ଟଙ୍କା ବ୍ୟୟରେ ଜିଲ୍ଲାର ଅନ୍ୟାନ୍ୟ ପ୍ରମୁଖ ସଡ଼କ ଓ ସେତୁ ପ୍ରକଳ୍ପର ସମୀକ୍ଷା କରିଥିଲେ।

ପରେ ଶ୍ରୀ ପାଣ୍ଡିଆନ୍ ଜିଲ୍ଲାରେ ଚାଲିଥିବା ମେଗା ପିଡବ୍ଲ୍ୟୁଏସ୍ ପ୍ରକଳ୍ପର ସମୀକ୍ଷା କରିଥିଲେ, ଯେଉଁଥିରେ ବାଲିଗୁଡ଼ା, ଟିକାବାଲି, କେ.ନୂଆଗାଁ, ଖଜୁରୀପଡ଼ା, ଫୁଲବାଣୀ, ଫିରିଙ୍ଗିଆ ଓ ଚକାପଡ଼ା ବ୍ଲକକୁ ମିଶାଇ ମୋଟ ୬୩୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ଶ୍ରୀ ପାଣ୍ଡିଆନଙ୍କ ପୂର୍ବ କନ୍ଧମାଳ ଜିଲ୍ଲା ଗସ୍ତ ପରେ ସେ ଅଭିଯୋଗ ସଭାରେ ଯୋଗଦେଇ ଜନସାଧାରଣଙ୍କ ଠାରୁ ମତାମତ ନେବା ପରେ କେତେକ ପ୍ରକଳ୍ପ ହାତକୁ ନିଆଯାଇଛି।