ଚଳଚ୍ଚିତ୍ର ’12th Fail’କୁ ଜିଏସଟି ମୁକ୍ତ ଘୋଷଣା କଲେ ରାଜ୍ୟ ସରକାର

ବଲିଉଡର ଏକ ପ୍ରେରଣାଦାୟକ ଚଳଚ୍ଚିତ୍ର '12th Fail'କୁ ରାଜ୍ୟ ସରକାର ଜିଏସଟି ମୁକ୍ତ ଘୋଷଣା କରିଛନ୍ତି।

ପ୍ରେକ୍ଷାଳୟରେ ଯାଇ ଦେଖିବାକୁ ପ୍ରୋତ୍ସାହନ

ଭୁବନେଶ୍ବର, ୨୩/୧୨/୨୩: ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶିତ ’12th Fail’କୁ ରାଜ୍ୟରେ ଜିଏସଟି ମୁକ୍ତ କରିବାକୁ ଓଡ଼ିଶା ସରକାର ଘୋଷଣା କରିଛନ୍ତି। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଏକ ସରକାରୀ ବିବୃତି ଜରିଆରେ ଏହି ସୂଚନା ଦିଆଯାଇଛି।

ସମାଜର ବୃହତ୍ତର ସ୍ୱାର୍ଥ ପାଇଁ ଫିଲ୍ମକୁ ପ୍ରୋତ୍ସାହିତ କରିବା ଏବଂ ଜନସାଧାରଣଙ୍କୁ ପ୍ରେକ୍ଷାଳୟରେ ଦେଖିବା ପାଇଁ ପ୍ରୋତ୍ସାହିତ କରିବା ପାଇଁ ସରକାର ଟିକସ ସୁବିଧା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ଆଦେଶ ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ।

ହିନ୍ଦୀ ସିନେମା ’12th Fail’ ଚମ୍ବଲର ଜଣେ ପିଲାର ବାସ୍ତବ ଜୀବନ କାହାଣୀ ଉପରେ ଆଧାରିତ, ଯିଏ କି ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜଣେ ସଚ୍ଚୋଟ ପୋଲିସ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଛି ।