ଫେରିଲା କରୋନା କଟକଣା

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ବାଧ୍ୟତାମୂଳକ ହେଲା ସଙ୍ଗରୋଧ; ସରକାରଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ବର, ୩୦/୧୨/୨୩: ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ ଗାଇଡଲାଇନ ଜାରି କରିବା ପାଇଁ ନିଷ୍ପତ୍ତି ନେଇଛି ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଗତ ୯ ଦିନ ମଧ୍ୟରେ ୧୩ ଜଣ ନୂଆ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିଠି ଲେଖି ସତର୍କ ରହିବାକୁ ଅନୁରୋଧ କରିଛି।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧିର ମୁକାବିଲା ପାଇଁ ତୁରନ୍ତ ଏବଂ ସକ୍ରିୟ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। କରୋନା ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସମସ୍ତ ମେଡିକାଲ ଏବେଠୁ ସଜାଗ ହେବା ଆବଶ୍ୟକ। ମେଡିକାଲ ମାନଙ୍କରେ ଯଥେଷ୍ଟ ପରିମାଣର ଅକ୍ସିଜେନ ଓ ବେଡ ସୁନିଶ୍ଚିତ କରିବା ଆବଶ୍ୟକ। ଓଡ଼ିଶାର ଓଏସ୍ଏମସିଏଲ୍ ସହ ସମନ୍ୱୟ ରକ୍ଷା କରି କୋଭିଡ୍ ସ୍ଥିତିର ମୁକାବିଲା ପାଇଁ ପର୍ଯ୍ୟାପ୍ତ ପରିମାଣର ଟେଷ୍ଟିଂ କିଟର ଉପଲବ୍ଧତା ସୁନିଶ୍ଚିତ କରିବ। ଏହା ସହ ଯେଉଁମାନେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ସେମାନେ ସଙ୍ଗରୋଧରେ ରହିବେ।