ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ କଲେ ଭିକେ ପାଣ୍ଡିଆନ

୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ସକାଳ ୫ଟାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ କରିଥିଲେ।

ଠିକ୍ ସମୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱରୋପ

ଭୁବନେଶ୍ୱର, 30/12/23: ଆଜି ଭୋର ୫ଟାରେ ୫-ଟି (ଟ୍ରାନ୍ସଫର୍ମେସନ୍ ଇନିସିଏଟିଭସ) ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟକ୍ରମ ଓ ତୀର୍ଥଯାତ୍ରୀଙ୍କ ହୋଲ୍ଡିଂ ସ୍ପେସ୍ ତଥା ଧାଡ଼ି ପରିଚାଳନା ପାଇଁ ସୃଷ୍ଟି ହେଉଥିବା ସୁବିଧା ସୁଯୋଗ ପରିଦର୍ଶନ କରିଥିଲେ।

ସକାଳ ୫ଟାରୁ ୭ଟା ମଧ୍ୟରେ ହୋଇଥିବା ଏହି ଗସ୍ତ ସମୟରେ ସେ ଲ୍ୟାଣ୍ଡସ୍କେପିଂ କାର୍ଯ୍ୟର ଅଗ୍ରଗତି, ମଠ ପୁନରୁଦ୍ଧାର, ଧାଡ଼ି ପରିଚାଳନା ବ୍ୟବସ୍ଥା, ଦୁଇ ଚକିଆ ଯାନ ପାର୍କିଂ ଅଞ୍ଚଳ ସମେତ ପରିକ୍ରମାର ସମସ୍ତ ଉପାଦାନ ପରିଦର୍ଶନ କରିଥିଲେ। ଇଟିପି, ଆବର୍ଜନା ଚୁଟ୍ ଏବଂ ଫାଆଡ୍ ପେଣ୍ଟିଂ ଏବଂ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଶ୍ରୀ ପାଣ୍ଡିଆନ ବଡଦାଣ୍ଡ, ଶ୍ରୀଜଗନ୍ନାଥ ବଲ୍ଲଭ ବିହାର ଓ ଶ୍ରୀସେତୁ ପରିଦର୍ଶନ କରିଥିଲେ।

ପାର୍କିଂ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଇ ଅଗ୍ରଗତି ସମ୍ପର୍କରେ ଶ୍ରୀ ପାଣ୍ଡିଆନ ଜିଲ୍ଲାପାଳ ଓ ଏସପି ପୁରୀ ଏମ୍ ଡି, ଓବିସିସିଙ୍କ ସହ ଆଲୋଚନା କରିଛନ୍ତି।