ଇଣ୍ଡିଆନ ଇକୋନୋମିକ୍ସ ଆସୋସିଏସନର ସଭାପତି ହେଲେ ସୁଧାକର ପଣ୍ଡା

ଇଣ୍ଡିଆନ ଇକୋନୋମିକ୍ସ ଆସୋସିଏସନର ନୂତନ ସଭାପତି ଭାବେ ସୁଧାକର ପଣ୍ଡା ବିବେଚିତ ହୋଇଛନ୍ତି।

ଆଇଇଏ ସମ୍ମିଳନୀରେ ବିବେଚିତ

ଭୁବନେଶ୍ବର, ୩୧/୧୨/୨୩: ବିଶିଷ୍ଟ ଶିକ୍ଷାବିତ୍ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଡ. ସୁଧାକର ପଣ୍ଡା ସର୍ବସମ୍ମତିକ୍ରମେ ଇଣ୍ଡିଆନ୍ ଇକୋନୋମିକ୍ସ ଆସୋସିଏସନ୍ (ଆଇଇଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।

ଡିସେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଇଣ୍ଡିଆନ୍ ଇକୋନୋମିକ୍ସ ଆସୋସିଏସନର ୧୦୬ତମ ବାର୍ଷିକ ଜାତୀୟ ସମ୍ମିଳନୀ ଆୟୋଜନ କରିଥିଲା। ଏହି ସମ୍ମିଳନୀରେ ଉତ୍କଳ ବିଶ୍ୱବିଦ୍ୟାଳୟର ଆନାଲିଟିକାଲ ଆଣ୍ଡ ଆପ୍ଲାଏଡ ଇକୋନୋମିକ୍ସ ବିଭାଗର ମୁଖ୍ୟ ତଥା ପୂର୍ବତନ ପ୍ରଫେସର ଡ. ପଣ୍ଡା ଏହି ପଦପାଇଁ ବିବେଚିତ ହୋଇଛନ୍ତି।

ସେ ଓଡ଼ିଶା ସରକାରଙ୍କ ଅର୍ଥ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଏବଂ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି, ଭୁବନେଶ୍ୱରର ପୂର୍ବତନ କୁଳପତି ମଧ୍ୟ ଅଟନ୍ତି ।