ଅର୍ଥ ଆୟୋଗର ନୂତନ ଅଧ୍ୟକ୍ଷ ଅରବିନ୍ଦ ପାନଗାରିଆ

ଅର୍ଥ ଆୟୋଗର ନୂତନ ଅଧ୍ୟକ୍ଷ ଭାବେ ଅରବିନ୍ଦ ପାନଗାରିଆଙ୍କୁ ନିଯୁକ୍ତ କରାଯାଇଛି।

ରିତ୍ବିକ ରଞ୍ଜନମ ପାଣ୍ଡେ ଆୟୋଗର ସଚିବ

ନୂଆଦିଲ୍ଲୀ,୩୧/୧୨/୨୩: ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆଙ୍କୁ କେନ୍ଦ୍ର ସରକାର ଅର୍ଥ ଆୟୋଗର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ଶ୍ରୀ ପାନଗାରିଆ ହେଉଛନ୍ତି ଅର୍ଥ ଆୟୋଗର ୧୬ତମ ଅଧ୍ୟକ୍ଷ।

ଅର୍ଥ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରିତ୍ବିକ ରଞ୍ଜନମ ପାଣ୍ଡେ ଆୟୋଗର ସଚିବ ହେବେ ବୋଲି ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଗତ ମାସରେ ୧୬ତମ ଅର୍ଥ ଆୟୋଗର ଟର୍ମସ ଅଫ୍ ରେଫରେନ୍ସ (ଟିଓଆର)କୁ ଅନୁମୋଦନ କରିଥିଲେ।