ପାଳନ ହେଲା ବିଶ୍ୱର ପ୍ରଥମ ନୂଆବର୍ଷ

ବିଶ୍ୱର ପ୍ରଥମ ଦେଶ ଭାବେ କିରିବାଟି ଓ ନ୍ୟୁଜିଲାଣ୍ଡରେ ପାଳନ ହୋଇଛି ନୂଆବର୍ଷ।

କିରିବାଟି, ନ୍ୟୁଜିଲାଣ୍ଡରେ ଆତସବାଜି ସହ କଲେ ସ୍ୱାଗତ

ନ୍ୟୁଜିଲାଣ୍ଡ, ୩୧/୧୨/୨୩: ପ୍ରଶାନ୍ତ ମହାସାଗରୀୟ ଦେଶ କିରିବାଟି ବିଶ୍ୱର ପ୍ରଥମ ଦେଶ ଭାବେ ନବବର୍ଷ ୨୦୨୪ ପାଳନ କରିଛି। ଦେଶର ସର୍ବବୃହତ ଦ୍ୱୀପ, ଯାହାକୁ ଖ୍ରୀଷ୍ଟମାସ ଦ୍ୱୀପ ମଧ୍ୟ କୁହାଯାଏ, ଏଠାରେ ନୂଆବର୍ଷର ଆଗମନ ପରେ ଲୋକମାନେ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି। ରାତି ୧୨ଟା ହେବା ପରେ ବାଣ ଫୁଟାଇ ସେଲିବ୍ରେସନ କରିଛନ୍ତି ଲୋକମାନେ।

କିରିବାଟି ପରେ ନ୍ୟୁଜିଲାଣ୍ଡର ଅକଲାଣ୍ଡ କ୍ଲକ ଟାୱାରରୁ ଆଖି ଝଲସା ଆତସବାଜି ପ୍ରଦର୍ଶନ ଏବଂ ସହରର ହାର୍ବର ବ୍ରିଜ୍ ଉପରେ ଲାଇଟ୍ ସୋ’ ମାଧ୍ୟମରେ ୨୦୨୪ ବର୍ଷକୁ ସ୍ୱାଗତ କରିଛନ୍ତି ନ୍ୟୁଜିଲାଣ୍ଡବାସୀ।

ଅଷ୍ଟ୍ରେଲିଆରେ ମଧ୍ୟ ବାଣ ଫୁଟାଇ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆରେ ସିଡନୀ ହାର୍ବର ବ୍ରିଜ୍ ମଧ୍ୟରାତ୍ରିରେ ଆତସବାଜି ପ୍ରଦର୍ଶନ କରାଯାଇଛି।

ବିଶ୍ୱର ଅନ୍ୟତମ ଆକର୍ଷଣୀୟ ନୂଆବର୍ଷର ବାଣ ପ୍ରଦର୍ଶନୀ ପାଇଁ ସିଡନୀରେ ପ୍ରବଳ ଜନସମାଗମ ହେଉଛି।