କାଶୀପୁରରେ ବଢିପାରେ ମୃତ୍ୟୁ ସଂଖ୍ୟା, ସ୍ଥିତି ଉପରେ ନଜର ରହିଥିବା କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: କାଶୀପୁରରେ ବଢ଼ି ପାରେ ମୃତ୍ୟୁ ସଂଖ୍ୟା। ଅନୁଧ୍ୟାନ ସମୟରେ ମୃତ୍ୟୁ ସଂଖ୍ୟା ଯାହା ଥିଲା ଆମେ ରାଜ୍ୟବାସୀଙ୍କୁ ଅବଗତ କରିଥିଲୁ । ଆଉ ଏବେ ବଢ଼ିଥାଇପାରେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।

ଏହାସହିତ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କାଶୀପୁର ଉପରେ କଡ଼ା ନଜର ରଖାଯାଇଛି। ସ୍ଥିତି ନିୟନ୍ତ୍ରଣରେ ରହିଛି। ୯ ନୁହେଁ ୧୪ ବୋଲି ମୃତ୍ୟୁ ସଂଖ୍ୟାକୁ ଆସୁଥିବା ଅଭିଯୋଗକୁ ମୋତେ ଲିଖିତ ଭାବେ ଦେଲେ, ମୃତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାର୍ବଜନୀନ ବିଭାଗ ପକ୍ଷରୁ କରାଯିବ ।

ସେପଟେ ବିଧାନସଭାରେ ବିଧାନସଭାରେ କାଶୀପୁରରେ ଝାଡାବାନ୍ତି ପ୍ରସଙ୍ଗ ଉଠିଛି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଛନ୍ତି । କେବଳ କାଶୀପୁର ନୁହେଁ ଅନ୍ୟ ସ୍ଥାନକୁ ମଧ୍ୟ ଝାଡ଼ାବାନ୍ତି ବ୍ୟାପିବା ଆରମ୍ଭ କରିଥିବା ମଧ୍ୟ ଗୃହରେ କହିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ।