ନୂଆ-ଓ ଫେଷ୍ଟରେ ଯୋଗ ଦେବା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କଲେ ପାଣ୍ଡିଆନ

ନୂଆ-ଓ ଫେଷ୍ଟରେ ଅଂଶଗ୍ରହଣ କରିବା ସହ ବଲାଙ୍ଗୀର ଜିଲ୍ଲାର ସମସ୍ତ କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ।

ବଲାଙ୍ଗୀର ଗସ୍ତରେ ୫-ଟି ଅଧ୍ୟକ୍ଷ

ଭୁବନେଶ୍ଵର, ୧୧/୦୧/୨୦୨୪: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫ଟି ଓ ନବିନ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ. ଭି.କେ.ପାଣ୍ଡିଆନ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କ ସହ ଆଲୋଚନା କରିଛନ୍ତି।

ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ବଲାଙ୍ଗୀରର ସମସ୍ତ କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ନୂଆ-ଓ କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ସହ ଶିକ୍ଷାଗତ ସଫଳତା ସହ ସାମଗ୍ରିକ ବ୍ୟକ୍ତିତ୍ବ ବିକାଶ ପାଇଁ ଏକ ପ୍ଲାଟଫର୍ମ ଯୋଗାଇ ଦେବା ସମ୍ପର୍କରେ ସେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉଦାହରଣ ଦେଇ ଶ୍ରୀ ପାଣ୍ଡିଆନ୍ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ସଫଳତା ପାଇବା ପାଇଁ ଆତ୍ମବିଶ୍ୱାସର ସହ କଠିନ ପରିଶ୍ରମ କରିବାକୁ ଗୁରୁତ୍ୱାରୋପ କରିଥିଲେ।

ଶ୍ରୀ ପାଣ୍ଡିଆନ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ୩୦୫ କୋଟି ଟଙ୍କା ବ୍ୟୟରେ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲର ଅଗ୍ରଗତି ସମୀକ୍ଷା କରିଥିଲେ। କାମ ଶେଷ ପର୍ଯ୍ୟାୟରେ ରହିଛି। ବାକି ଥିବା ସମସ୍ତ କାର୍ଯ୍ୟ ଯଥାଶୀଘ୍ର ୫ଟିର ନୀତିକୁ ପାଳନ କରି ଶେଷ କରିବାକୁ ସେ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପରେ ଜିଲ୍ଲାର ଅନ୍ୟ ାନ୍ୟ ପ୍ରମୁଖ ପ୍ରକଳ୍ପ ଯଥା କୁକେଡମାଲ, ପଥରଲା, କୁର୍ସୁଦ, ସିଲାଟକାନି, କୁଟାସିଂହାରେ ମୋଟ ୧୨୧୭ କୋଟି ଟଙ୍କା ବ୍ୟୟରେ ହୋଇଥିବା ଆଇଏସ୍ଏସ୍ ପ୍ରକଳ୍ପର ସମୀକ୍ଷା କରିଥିଲେ। ୧୩୧୨ କୋଟି ଟଙ୍କା ବ୍ୟୟରେ ଜିଲ୍ଲାର ବିଭିନ୍ନ ବ୍ଲକକୁ ମେଗା ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ; ୧୭୬ କୋଟି ଟଙ୍କା ବ୍ୟୟରେ ବଲାଙ୍ଗୀର ବାଇ ପାସ୍ ରୋଡ୍; ପାଟଣାଗଡ଼ ୧୪୦ କୋଟି ଟଙ୍କା ବ୍ୟୟରେ ପାସ୍ ରାସ୍ତା; ୬୫ କୋଟି ଟଙ୍କା ବ୍ୟୟରେ ତୁସୁରା ଏୟାରଷ୍ଟ୍ରିପ୍ ର ବିକାଶ; ମୁଖ୍ୟ ରାସ୍ତା ଓ ପୋଲ; ୨୬ କୋଟି ଟଙ୍କା ବ୍ୟୟରେ ହରିଶଙ୍କର ମନ୍ଦିରର ବିକାଶ; ଜିଲ୍ଲାର ଅନ୍ୟ ପ୍ରମୁଖ ମନ୍ଦିରର ବିକାଶ ଇତ୍ୟାଦି ।

୨୦୨୩ ଅଗଷ୍ଟରେ ଶ୍ରୀ ପାଣ୍ଡିଆନଙ୍କ ବଲାଙ୍ଗୀର ଜିଲ୍ଲା ଗସ୍ତ ପରେ କେତେକ ପ୍ରମୁଖ ପ୍ରକଳ୍ପ ହାତକୁ ନିଆଯାଇଛି, ଯେତେବେଳେ ସେ ଅଭିଯୋଗ ସଭାରେ ଯୋଗ ଦେଇଥିଲେ ଏବଂ ଜନସାଧାରଣଙ୍କ ଠାରୁ ମତାମତ ନେଇଥିଲେ ।

ଏହି ଅବସରରେ ସେ କଣ୍ଟାବାଞ୍ଜି ଧନ୍ଦାମୂଳକ ମହାବିଦ୍ୟାଳୟ ଖେଳ ପଡ଼ିଆ ଓ ସାଇନ୍ତଳାସ୍ଥିତ ଆର୍ ଏନ୍ ସିଂହଦେଓ ଷ୍ଟାଡିୟମ ପଡ଼ିଆରେ ଜନସାଧାରଣଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ ଗ୍ରହଣ କରିବା ସହ ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।