୫-ଟି ଅଧ୍ୟକ୍ଷଙ୍କ ପୁରୀ ଗସ୍ତ

ପରିକ୍ରମା ପ୍ରକଳ୍ପର ଉପଯୁକ୍ତ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱାରୋପ କଲେ।

ପରିକ୍ରମା ପ୍ରକଳ୍ପର କାର୍ଯ୍ୟ ଅନୁଧ୍ୟାନ କଲେ

ଭୁବନେଶ୍ଵର, ୧୪.୧.୨୦୨୪: ଆଜି ସକାଳେ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ୍ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀମାର୍ଗ, ଶ୍ରୀଜଗନ୍ନାଥ ବିହାର, ଶ୍ରୀସେତୁ, ସମଙ୍ଗ ପାର୍କିଂ ଓ ଶ୍ରଦ୍ଧାଳୁଙ୍କ ପାଇଁ ସୃଷ୍ଟି ହେଉଥିବା ସୁବିଧା ସୁଯୋଗ ପରିଦର୍ଶନ କରିଥିଲେ।

ଏହି ଗସ୍ତ ସମୟରେ ସେ ପରିକ୍ରମାର ସମସ୍ତ ଉପାଦାନ ପରିଦର୍ଶନ କରିବା ସହ ନିୟମିତ ସଫେଇ ଓ ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀମାର୍ଗ, ଶ୍ରୀଜଗନ୍ନାଥ ବଲ୍ଲଭ ବିହାର, ଶ୍ରୀସେତୁ ଓ ସମଙ୍ଗା ପାର୍କିଂ ପରିଦର୍ଶନ କରିବା ସହ ସମଙ୍ଗା ପାର୍କିଂରୁ ପରିକ୍ରମା ପର୍ଯ୍ୟନ୍ତ ତୀର୍ଥଯାତ୍ରୀଙ୍କ ସୁରୁଖୁରୁରେ ଆଗମନ ଓ ଗମନାଗମନ ନେଇ ଆଲୋଚନା କରିଥିଲେ।

ଶ୍ରୀ ପାଣ୍ଡିଆନ ପ୍ରଦର୍ଶନୀ କ୍ଷେତ୍ରର ସମୀକ୍ଷା କରିବା ସହ ପ୍ରଦର୍ଶିତ ହେବାକୁ ଥିବା ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ।

ଏହି ଗସ୍ତ ସମୟରେ ଜିଲ୍ଲାପାଳ, ଏସପି, ଏମଡି ଓବିସିସି ଙ୍କ ସମେତ ଜିଲ୍ଲା ପ୍ରଶାସନ ଓ କାର୍ଯ୍ୟନିର୍ବାହୀ ସଂସ୍ଥାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।